Latest Odisha News

BREAKING NEWS

ଜିତିଗଲା ଦଳ, ହାରିଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତିଗଲା ଦଳ କିନ୍ତୁ ହାରିଗଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସିରାଥୁ ବିଧାନସଭା ଆସନରୁ କେଶବ ହାରିଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲିବୀ ପଟେଲଙ୍କ ପାଖରୁ ସେ ୭ ହଜାର ୩୩୭ ଖଣ୍ଡ ଭୋଟରେ ହାରିଛନ୍ତି । ହାରିଯାଉଥିବା ଦେଖି କେଶବ ପ୍ରସାଦ ମୌର୍ଯ୍ୟାଙ୍କ ପୁଅ ଏବଂ ସମର୍ଥକ ପୁଣିଥରେ ନିର୍ବାଚନ କରିବାକୁ ଦାବି କରିଥିଲେ । କିନ୍ତୁ ନିର୍ବାଚନ ଅଧିକାରୀ ଏପରି ଦାବିକୁ ଖାରଜ କରିଥିଲେ ।

ସମାଜବାଦୀ ପ୍ରାର୍ଥୀ ପଲ୍ଲବୀ ମଧ୍ୟ ଘଟଣାସ୍ଥଳକୁ ଆସି ଦ୍ୱିତୀୟ ଥର ଭୋଟିଂକୁ ନେଇ ଚେତାବନୀ ଦେଇଥିଲେ । ତେବେ ୩୧ ରାଉଣ୍ଡ ଗଣତି ପରେ କେଶବ ପ୍ରସାଦ ପଲ୍ଲବୀଙ୍କ ପାଖରୁ ବଡ ବ୍ୟବଧାନରେ ପଛେଇ ଯାଇଥିଲେ । ୧୯୯୩ରୁ ୨୦୦୭ ମଧ୍ୟରେ ଏହି ସିରାଥୁ ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା । ଏହି ଆସନରେ ବିଏସପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୨ରେ ଏହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲାା

ଏହାପରେ ଏହି ଆସନରୁ କେସବ ପ୍ରସାଦ ବିଜୟୀ ହୋଇଥିଲେ । ଆଉ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲୋ ତେବେ ୨୦୧୪ରେ କେସବ ପ୍ରସାଦ ଫୁଲପୁରରୁ ସାଂସଦ ଭାବରେ ନିର୍ବାଚିତ ହେବାରୁ ବିଧାୟକ ପଦ ଛାଡିଥିଲେ । ଏହାପରେ ୨୦୧୪ ଉପନିର୍ବାଚନରେ ଏହି ଆସନ ସମାଜବାଦୀ ପାର୍ଟି ହାତକୁ ଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ୪୦୩ ଆସନରୁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ବିରୋଧୀ ଦଳ ଭାବେ ସମାଜବାଦୀ ପାର୍ଟି ପୁଣିଥରେ ରହିବ ।

Comments are closed, but trackbacks and pingbacks are open.