Latest Odisha News

BREAKING NEWS

ଧାନ ସଂଗ୍ରହରେ ଅଚଳାବସ୍ଥା ଅଭିଯୋଗ, ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଟ ଓଗାଳିଲେ ଚାଷୀ

ସୁନ୍ଦରଗଡ଼: ଧାନ ସଂଗ୍ରହରେ ଅଚଳାବସ୍ଥା ନେଇ ତାତିଲେ ଚାଷୀ । ସୁନ୍ଦରଗଡ଼ର ଶତାଧିକ ଚାଷୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଥିଲେ । ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ସେଠାରେ ନାରାବାଜି କରିବା ସହ ସର୍କିଟ ହାଉସ ରାସ୍ତାକୁ ଅବରୋଧ କରିଥିଲେ ।

ସର୍କିଟ ହାଉସ ଭିତରେ ପାଖାପାଖି ଘଣ୍ଟାଏ ଅଟକି ରହିଲେ ମନ୍ତ୍ରୀ ପ୍ରତାପ ଜେନା । ଏସପି ସାଗରିକା ନାଥ, ଉପଜିଲ୍ଲାପାଳ, ତହସିଲଦାର ଚାଷୀଙ୍କୁ ବୁଝାସୁଝା କରିଥିଲା । ସେମାନେ ନମାନିବାକୁ ଜୋର ଜବରଦସ୍ତ ଉଠାଇ ନେଇଥିଲା ପୋଲିସ । ଏହାପରେ ମନ୍ତ୍ରୀ  ସର୍କିଟହାଉସରୁ ବାହାରି ବିକାଶଭବନରେ ସମୀକ୍ଷା ଵୈଠକରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.