Latest Odisha News

BREAKING NEWS

ଲିଙ୍ଗରାଜଙ୍କ ପାଇଁ ଚିଠି: NMA ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରେ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର (NMA) ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି । ଚିଠା ପ୍ରସ୍ତାବ ପ୍ରତ୍ୟାହାର ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

ମହାପ୍ରଭୁ ଲିଙ୍ଗରାଜ, ସେବକ ଓ ଭକ୍ତଙ୍କ ଭାବାବେଗ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାର କରିବାକୁ ଚିଠିରେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଯଦି ଆଉ କିଛି କଟକଣା ଲାଗୁ ନେଇ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ବା ଏନଏମଏ ଚିନ୍ତା କରୁଥିଲେ ତାପୂର୍ବରୁ ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଶ କରିବାକୁ କୁହାଯାଇଛି ।

ପୂର୍ବରୁ ପୁରୀ ଶ୍ରୀମନ୍ଦିର ପାଇଁ ଏନଏମଏ ବାଇ ଲ’ ଜାରି କରିଥିଲେ । ଏହାପରେ ତେଜିଥିଲା ଅସନ୍ତୋଷ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପୃଥକ ପୃଥକ ଭେଟି ପ୍ରତ୍ୟାହାର ଦାବି ଜଣାଇଥିଲେ ବିଜେଡି ଓ ବିଜେପି ସାଂସଦ । ଏହାପରେ ଶ୍ରୀମନ୍ଦିର ନେଇ ବାଇ ଲ’ ପ୍ରତ୍ୟାହାର କରିବାକୁ ଏନଏମଏକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।

Leave A Reply

Your email address will not be published.