Latest Odisha News

BREAKING NEWS

ଚାଷୀଙ୍କ ଚକା ଜାମ୍ ଡାକରା, ଦିଲ୍ଲୀ ସୀମାରେ ପୋଲିସ ସହ ଅର୍ଦ୍ଧ ସାମରିକ ବଳ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନ୍ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକ ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଯାଏ ଦେଶବ୍ୟାପୀ ଚକା ଜାମ୍ ଡାକରା ଦେଇଛନ୍ତି । ତେବେ, ଦିଲ୍ଲୀ-ଏନସିଆରରେ ଚକା ଜାମ୍ କରାଯିବ ନାହିଁ ବୋଲି କୃଷକ ନେତା କହିଛନ୍ତି । ତଥାପି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି । ଜାନୁଆରୀ ୨୬ରେ ଟ୍ରାକ୍ଟର ପରେଡକୁ ନେଇ ହୋଇଥିବା ହିଂସା ପରେ ଆଉ ରିସ୍କ ନେବାକୁ ଚାହୁଁନି ଦିଲ୍ଲୀ ପୋଲିସ୍ । ପଡ଼ୋଶୀ ରାଜ୍ୟକୁ ଲାଗି ରହିଥିବା ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଟିକରି, ସିଂଘୁ ଓ ଗାଜିପୁର ବର୍ଡରରେ ସୁରକ୍ଷ ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ଦିଲ୍ଲୀ ପୋଲିସ ଡିଏସପି କ୍ରାଇମ୍ ସୂଚନା ଦେଇଛନ୍ତି । ତା’ଛଡ଼ା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଆଇଟିଓରେ ଦିଲ୍ଲୀ ପୋଲିସ ସହିତ ଅର୍ଦ୍ଧ ସାମରିକ ବଳ ମୁତୟନ ହୋଇଛନ୍ତି ।

ଦିଲ୍ଲୀ ପୋଲିସ ପକ୍ଷରୁ ସୀମାରେ ବ୍ୟାରିକେଡିଂ କରାଯାଇଛି । ପୂରା ଦିଲ୍ଲୀରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।  ପୋଲିସ ସହ କେତେକ ସ୍ଥାନରେ ରାସ୍ତାରେ କଣ୍ଟା ପୋତାଯାଇଛି । ନିୟମ ଭାଙ୍ଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପୋଲିସ ଅନୁସାରେ- ଦିଲ୍ଲୀ ସୀମାରେ ବହୁତ କମ୍ କୃଷକ ଆନ୍ଦୋଳନ କରୁଛନ୍ତି । ଅଧିକ କୃଷକ ଦିଲ୍ଲୀ ସୀମା ଅନ୍ୟପଟେ ଉତ୍ତରପ୍ରଦେଶ ଓ ହରିୟାଣାରେ ଆନ୍ଦୋଳନରତ ।

Leave A Reply

Your email address will not be published.