Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଆଜିଠୁ ଆଗଧାଡ଼ିର ଯୋଦ୍ଧାଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ସବୁ ଜିଲ୍ଲାପାଳ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ଏସପିମାନେ କୋଭିଡ୍ ଟିକା ନେବେ । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବରିଷ୍ଠ ଅଧିକାରୀ ଟ୍ୱିଟରରେ ଟିକା ନେବା ପରେ ଫଟୋ ପୋଷ୍ଟ କରିବେ । ଏହାଦ୍ୱାରା କରୋନା ଟିକା ସୁରକ୍ଷିତ ଓ ଏହାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେମାନେ ଜଣାଇବେ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯାଉଛି । ଫେବ୍ରୁଆରୀ ୧୦ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଜିଠୁ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଆସନ୍ତା ୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ୧ ଲକ୍ଷ ୯୨ ହଜାର ସମ୍ମୁଖ ଯୋଦ୍ଧାଙ୍କ ନାଁ ଟିକାକରଣ ଲାଗି ପଞ୍ଜିକରଣ କରାଯାଇଥିବା ଜଣାପଡ଼ିଛି ।

ଆସନ୍ତା ୧୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଦିଆଯାଉଥିବା ପ୍ରଥମ ଡୋଜ୍ ଟିକାକରଣ ସରିବ । ଏହାପରେ ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ଟିକାର ଦ୍ୱିତୀୟ ଡୋଜ୍ । ତେବେ, କିଛି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ପଞ୍ଜିକରଣ ପରେ କୋଭିଡ୍ ଟିକା ନେଉନଥିବା ଦେଖାଯାଉଛି । ସେମାନଙ୍କୁ ୧୦ ତାରିଖ ସୁଦ୍ଧା ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

Leave A Reply

Your email address will not be published.