Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ହେବେନି ଫାରୁକ, ସକ୍ରିୟ ରାଜନୀତିରେ ରହିବେ

ଶ୍ରୀନଗର: ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଜମ୍ମୁ ଏବଂ କଶ୍ମୀରରେ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ମୋ ନାଁ ରାଷ୍ଟ୍ରପତି ପଦ ପାଇଁ ଉଠିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି, ତେବେ ବର୍ତମାନ କଶ୍ମୀର ପାଇଁ ମୋର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏନସିପି ନେତା ଶରଦ ପାୱାରଙ୍କ ପରେ ଫାରୁକ ଏହି ଦୌଡରୁ ଓହରିଯିବା ଫଳରେ ବିରୋଧୀ ଗୋଷ୍ଠୀଙ୍କୁ ଶକ୍ତ ଧକ୍କା ଲାଗିଛି । ତେବେ ମିଳିତ ବିରୋଧୀ ଦଳ ଯାହାକୁ ପ୍ରାର୍ଥୀ କରିବେ ତାଙ୍କ ପ୍ରତି ମୋର ସମ୍ମାନ ରହିବ ବୋଲି ସେ କହିଛନ୍ତି ।

BjdElectrycity

ଅପରପକ୍ଷରେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିଭିନ୍ନ ପାର୍ଟିଙ୍କ ସହ ଆଲୋଚନା ଜାରୀ ରଖିଛି । ବିଜେପି ଏବଂ ମିଳିତ ବିରୋଧୀ ଦଳ କାହାକୁ ରାଷ୍ଟ୍ରପତି ପଦ ପାଇଁ ବାଛିବେ ସେ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.