Latest Odisha News

BREAKING NEWS

ବିଦେଶ ଗଲେ ନବୀନ, କାହା ନେତୃତ୍ୱରେ ଚାଲିବ ରାଜ୍ୟ ସରକାର ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରେ ଗସ୍ତରେ ଯିବେ। ଏଥିପାଇଁ ସେ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ନୂଆଦିଲ୍ଲୀରୁ ଇଟାଲୀ ଗସ୍ତରେ ଉଡ଼ାଣ ଭରିବେ। ବିଦେଶ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୩୦ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୧୦ ଦିନିଆ ବିଦେଶ ଗସ୍ତ ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱ କାହା ଉପରେ ରହିଛି ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ବିଭିନ୍ନ କାରଣ ପାଇଁ ନବୀନ ନିଜ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ରଖିପାରନ୍ତି ବୋଲି ଚର୍ଚ୍ଚା ହୁଏ। ଚଳିତ ଥର ମଧ୍ୟ ନବୀନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିଛନ୍ତି। ହେଲେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି। ଯଦି ଉପମୁଖ୍ୟମନ୍ତ୍ରୀ ପଦଥାନ୍ତା ତାହେଲେ ଏବେ ନବୀନ ବିଦେଶ ଗସ୍ତରେ ଯିବା ବେଳେ ଶାସନ ଭାର ତାଙ୍କ କାନ୍ଧରେ ରହିଥାନ୍ତା । କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦ ନଥିବାରୁ ଏବେ ନବୀନ ବିଦେଶ ଗସ୍ତରେ ଥିବାରୁ କାହା ହାତରେ ଶାସନ ଭାର ତାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସରକାରର ମୁଖ୍ୟ। ତାଙ୍କ ତଳେ ପ୍ରତିରକ୍ଷାମନ୍ତ୍ରୀ ମନ୍ତ୍ରୀ ରାଜନଥ ସିଂହ ଆଉ ତାଙ୍କ ପରେ ରହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହାପରେ ସଡ଼କ ପରିବହନ ମନ୍ତ୍ରୀ ନୀତିଶ ଗଡକରୀ ରହିଛନ୍ତି । ଗୃହ ମନ୍ତ୍ରୀ ଭାବେ ଶାହ ଶପଥ ନେଉଥିବାରୁ ସେ ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ଚର୍ଚ୍ଚା ହୋଇଥିଲା। ଏହାପରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ପ୍ରତିରକ୍ଷାମନ୍ତ୍ରୀଙ୍କ ପରେ ଗୃହମନ୍ତ୍ରୀ ରହିଛନ୍ତି । ଅନ୍ୟପଟେ ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀଭାବେ ଶପଥ ନେବା ବେଳେ ଏହିଭଳି କ୍ରମାନ୍ୱୟରେ ଶପଥ ନେଇଥିଲେ । ଅର୍ଥାତ ମୋଦୀ ବିଦେଶ ଗସ୍ତରେ ଗଲେ ଯଦି କୌଣସି ବଡ଼ ନିଷ୍ପତ୍ତି ନିଆଯାଏ ତାହେଲେ ପ୍ରଧାନମମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜନାଥ ସିଂହ ନିଷ୍ପତ୍ତି ନେଇପାରିବେ।

ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ଉପପ୍ରଧାନମନ୍ତ୍ରୀ ଥିଲେ ଲାଲକୃଷ୍ଣ ଆଡଭାନୀ । ତେଣୁ ବାଜପେୟୀଙ୍କ ସମୟରେ ଆଡଭାନୀ ସରକାରର ଦ୍ୱିତୀୟ ମୁଖିଆ ଥିଲେ। ୟୁପିଏ ସରକାରରେ ମଧ୍ୟ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ପରେ ପ୍ରଣବ ମୂଖାର୍ଜୀ, ପି. ଚିଦାମ୍ବରମ ଆଦି ନେତା ଥିଲେ।

କିନ୍ତୁ ବାରମ୍ବାର ବିଦେଶ ଗସ୍ତରେ ରୁଚି ନରଖୁଥିବା ନବୀନ ୧୦ ବର୍ଷ ପରେ ଏବେ ବିଦେଶ ଗସ୍ତରେ ଯାଉଛନ୍ତି। ଏପରି ସ୍ଥିତିରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି କିଏ କାରଣ ନବୀନଙ୍କ ସହିତ ବିଦେଶ ଗସ୍ତରେ ରହିଛନ୍ତି ଅମଲାତନ୍ତ୍ରର ମୁଖ୍ୟ ତଥା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

Leave A Reply

Your email address will not be published.