Latest Odisha News

BREAKING NEWS

ଫ୍ୟାଶନରେ ଧଳା ଡେନିମ୍…

ଭୁବନେଶ୍ୱର: ଆଜିକାର ସମୟରେ ଯୁବପିଢିଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଧଳା ଡେନିମ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଏହି ଡେନିମ୍ ପୂରା ୟୁନିକ୍ ଓ କୁଲ୍ ଲାଗିଥାଏ । ଏହା ସହିତ ସବୁ ମହିଳାଙ୍କ ବୋର୍ଡରୋବରେ ଧଳା ଜିନ୍ସ ନିଶ୍ଚୟ ଥାଏ ।

ଜାଣନ୍ତୁ, ଧଳା ଡେନିମ୍ ସହ କେଉଁ ରଙ୍ଗର ଡ୍ରେସ୍ ପିନ୍ଧିଲେ ଆପଣ କିପରି ପାଇପାରିବେ ଷ୍ଟାଇଲିସ୍ ଓ କ୍ଲାସି ଲୁକ୍।

ଧଳା ଡେନିମକ ସହ ଧଳା ଟପ୍- ଧଳା ଡେନିମ୍ ସହ ଭଲ କମ୍ବିନେସନ୍ ପାଇଁ ଆପଣ ଧଳା ଟପ୍ ବା ଧଳା ସାର୍ଟ ପିନ୍ଧିପାରିବେ । ଅଧିକ ଏସେସୋରିଜ ପ୍ରିୟ ହୋଇଥିଲେ ଏହା ସହିତ ଗୋଲ୍ଡ ବା ସିଲଭରର୍ ବିଭିନ୍ନ ନେକ୍ପିସ୍, ହେଣ୍ଡ କଫ୍ସ୍ ବ୍ରେସ୍ଲେଟ୍, ଘଡି, ଇୟରରିଙ୍ଗ୍ ଓ ଷ୍ଟାଇଲିସ୍ ଜୋତା ମଧ୍ୟ କ୍ୟାରି କରିପାରିବେ। ଧଳା ଡେନିମ କମ୍ବିନେସନ୍ ସହ ଗୋଲ୍ଡ ଓ ସିଲଭରର୍ ଏସୋସରିଜ ଆପଣଙ୍କୁ ୟୁନିକ୍ ଓ ଖାସ୍ ଲୁକ୍ ଦେବ।

 

ଧଳା ଡେନିମ୍ ସହ ଗ୍ରେ ଟପ୍- ପ୍ରିଣ୍ଟେ୍ଡ୍ ବା ପ୍ଲେନ୍ ଗ୍ରେ ଟପ୍ ସହିତ ପ୍ଲେନ୍ ଧଳା ଜିନ୍ସ୍ କ୍ଲାସିକ୍ ଲାଗିଥାଏ, ଏହା ଆଟ୍ରାକ୍ଟିଭ୍ ଲାଗିବା ସହିତ ଧଳା ରଙ୍ଗର ପୋଷାକ ସମସ୍ତଙ୍କୁ ସୁଟ୍ ମଧ୍ୟ କରିଥାଏ । ଏସୋସରିଜ ପିନ୍ଧିବାକୁ ଭଲ ପାଉନଥିଲେ , ଏହି ଷ୍ଟାଇଲ ଆପଣଙ୍କ ପାଇଁ ବେଷ୍ଟ ଅପସନ୍ ହେବ ।

ପିଚ୍ ରଙ୍ଗର ଟପ୍ ସହ ଧଳା ଡେନିମ୍- ନେଟ୍, ସିଲ୍କ ବା ଯେକୌଣସି ପିଚ୍ ରଙ୍ଗର ଟପ୍କୁ ଧଳା ଡେନିମ୍ ସହ ପିନ୍ଧିପାରିବେ । ପ୍ରଫେସନାଲ୍ ଓ ସ୍ମାର୍ଟ ଲୁକ୍ ପାଇଁ ଏହା ସହିତ ମେଟ୍ ଗୋଲ୍ଡେନ୍ ରଙ୍ଗର ଆସେସୋରିଜ କ୍ୟାରି କରନ୍ତୁ । ଏହା ଛଡା ବ୍ୟାଗ୍, ଜୋତା ଓ ବେଲ୍ଟ୍ ଏହି ଲୁକକୁ ଆହୁରି ଖାସ୍ ବନାଇଥାଏ।

ଧଳା ଡେନିମ୍ ସହ ବ୍ଲାକ୍- ସବୁବେଳେ ବ୍ଲାକ୍ ସହ ଧଳା ବେଷ୍ଟ କମ୍ବିନେସନ୍ ଭାବେ ଜଣାଶୁଣା । ପ୍ରିଣ୍ଟେ୍୍, ପ୍ଲେନ୍ ଓ ଡିଜାଇନର ପ୍ରିଣ୍ଟ୍ କୁ ଧଳା ଜିନ୍ସ ସହ ଟ୍ରାଏ କରିପାରିବେ । ବ୍ଲାକ୍ ଓ ଧଳା ରଙ୍ଗର ମିକ୍ସ ଟପ୍ ମଧ୍ୟ ଡେନିମ୍ ଜିନ୍ସ ଉପରେ ଖୁବ୍ ଭଲ ଲାଗିଥାଏ ।

ଧଳା ଡେନିମ୍ ସହ ନେଭି ବ୍ଲୁ- ଗହିରିଆ ନୀଳ ରଙ୍ଗର ଫ୍ଲୋରାଲ୍ ଜ୍ୟାକେଟ୍ ବା ଟପ୍ ସହ ଧଳା ଡେନିମ୍ ଜିନ୍ସ ଭଲ ମାନିଥାଏ । ଏହା ସହିତ ଚାହିଁଲେ ନେଭି ବ୍ଲୁ ଟପ୍ ବା ଫୁଲ୍ ଟି ସାର୍ଟ ମଧ୍ୟ ପିନ୍ଧିପାରିବେ ।

Leave A Reply

Your email address will not be published.