ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଏନଏଚଏଆଇର ୬୫ ହାଇ କ୍ୟାସ୍ ଟ୍ରାଞ୍ଜାକସନ (ନଗଦ ନେଣଦେଣ) ପ୍ଲାଜାରେ ୩୦ ଦିନ ଲାଗି ଫାସଟ୍ୟାଗ୍ ଲେନ୍ ଲାଗୁ ସୀମାରେ କୋହଳ କରାଯାଇଛି ।
ଏହି ପ୍ଲାଜାରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ କରିବା ଲାଗି ୩୦ ଦିନ ସମୟ ଦେବା ଲାଗି ଅନୁମତି ଦିଆଯାଇଛି ।
ସାଧାରଣତଃ ଟୋଲ ପ୍ଲାଜାର ସବୁ ପଟରେ ଗୋଟିଏ ହାଇବ୍ରିଡ୍ ଲେନ୍ ରହିଛି । ଯାହାଫଳରେ ଭାରୀ ମାତ୍ରାରେ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ଏନଏଚଏଆଇ ସୂଚନା ଦେଇଛି ।
ତେବେ ପ୍ଲାଜାରେ ହାଇ କ୍ୟାସ୍ ଟ୍ରାଞ୍ଜାକସନ ହେଉଥିବା ଯୋଗୁଁ ୨୫ ପ୍ରତିଶତ ଲେନକୁ ହାଇବ୍ରିଡ ଲେନରେ ପରିଣତ କରିବା ଲାଗି ଅନୁମତି ମିଳିଛି ।
ଏହାପୂର୍ବରୁ ଫାସଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଅନ୍ତିମ ସମୟସୀମା ଜାନୁଆରୀ ୧୫ ତାରିଖ ରହିଥିଲା ।
Comments are closed.