Latest Odisha News

ବୋଲ୍ଟଙ୍କୁ ପଛରେ ପକାଇଲେ ଶ୍ରୀନିବାସ !

ବାଙ୍ଗାଲୋର: କର୍ଣ୍ଣାଟକର ଶ୍ରୀନିବାସ ଗୌଡା (୨୮) ଏଠାରେ ଆୟୋଜିତ ମଇଁଷି ଦୌଡ ପ୍ରତିଯୋଗିତାରେ ନୂଆ କାରନାମା କରିଛନ୍ତି । ଅବଶ୍ୟ ତାଙ୍କର ଏହି ସଫଳତା ରେକର୍ଡ ବୁକରେ ଲିପିବଦ୍ଧ ହେବ ନାହିଁ । ୧୪୨.୫୦ ମିଟର ରେସକୁ ସେ ମାତ୍ର ୧୩.୬୨ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ । ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟ ଅନ୍ତର୍ଜାତୀୟ ସ୍ପର୍ଦ୍ଧାର ୧୦୦ ମିଟର ରେସକୁ ୯.୫୮ ସେକେଣ୍ଡରେ ପୂର୍ଣ୍ଣ କରିଥିଲେ । ଏହା ବିଚାରକୁ ନେଲେ ଶ୍ରୀନିବାସ ତାଙ୍କଠାରୁ ୦.୦୩ ସେକେଣ୍ଡ ଆଗରେ ରହିଛନ୍ତି ।

ତାଙ୍କୁ ପ୍ରଶିକ୍ଷଣ ଦେବା ସହ ଅଲିମ୍ପିକ ପାଇଁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି । ପାରମ୍ପାରିକ ମଇଁଷି ରେସରେ ରେକର୍ଡ କରୁଥିବାରୁ ମୁଁ ଖୁସି ବୋଲି ଶ୍ରୀନିବାସନ କହିଛନ୍ତି ।

Leave A Reply

Your email address will not be published.