ତାମିଲନାଡୁ : ଅସ୍ଥି କର୍କଟରେ ପୀଡିତ ପୁଅକୁ ମାରି ଦେଲା ବାପା । ଏହି କୁତ୍ସିତ କାର୍ଯ୍ୟରେ ସହଯୋଗ କରିବା ଅଭିଯୋଗରେ ବାପା ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବନ୍ନଥମିଝାନ ଗୁରୁତର ଅସ୍ଥି କର୍କଟରେ ପୀଡିତ ଥିଲେ । ପ୍ରତିଦିନ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ । ତେବେ ଏହି ସମସ୍ୟାର ସ୍ଥାୟୀ ସମାଧନ ଲାଗି ପେରିୟାସାମୀ ତାଙ୍କ ସାଙ୍ଗ ତଥା ଏକ ଲାବରେଟୋରୀର ମାଲିକ ଭେଙ୍କଟସନକୁ ସାକ୍ଷାତ କରିଥିଲେ । ପରେ ପେରିୟାସାମୀ ଓ ଭେଙ୍କଟସନ ସ୍ଥାନୀୟ ଜଣେ ମେଡିକାଲ ପ୍ରଫେସନାଲ ପ୍ରଭୁଙ୍କ ନିକଟକୁ ଯାଇଥିଲେ ।
ଯୋଜନା ଥିଲା ପିଲାଟିକୁ ବିଷାକ୍ତ ଇଞ୍ଜେକସନ ଦେଇ ମାରିବା । ଶେଷରେ ସେମାନେ ବନ୍ନଥମିଝାନଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇଥିଲେ । ଫଳରେ ପିଲାଟିର ମୃତ୍ୟୁ ହୋଇଥିଲା । ମେଡିକାଲ ପ୍ରଫେସନାଲ ପ୍ରଭୁ ତିନି ପ୍ରକାର ଔଷଧକୁ ମିଶାଇ ଏକ ବିଷାକ୍ତ ଇଞ୍ଜେକସନ ତିଆରି କରିବା ସହ ବନ୍ନଥମିଝାନଙ୍କୁ ଅତ୍ୟଧିକ ଇଞ୍ଜେକ୍ସନ ଦେଇଥିଲେ । ଏହି ନାରକୀୟ କାଣ୍ଡ ପଦାକୁ ଆସିବା ପରେ ପୋଲିସ ପେରିୟାସାମୀ, ଭେଙ୍କଟସନ ଓ ମେଡିକାଲ ପ୍ରଫେସନାଲ ପ୍ରଭୁଙ୍କୁ ଗିରଫ କରିଛି ।
Comments are closed.