Latest Odisha News

BREAKING NEWS

ଦୁର୍ଗା ପୂଜା ଦେଖି ଫେରିବାବେଳେ ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର

ବଲାଙ୍ଗୀର :  ଚାଲିଛି ପାର୍ବଣ  । ସବୁଆଡେ ଉତ୍ସବର ମାହୋଲ  । ଚଳଚଞ୍ଚଳ ଗାଁଠୁ ସହର  । ଚାରିଆଡେ ଭକ୍ତମୟ ପରିବେଶ  । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି  । ଦୁର୍ଗା ପୂଜା ଦେଖି ଫେରୁଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଛି ।

ସୂଚନା ମୂତାବକ ବାପା , ପୁଅ ଦୁହେଁ ମୋଟର ସାଇକେଲରେ ଶିଷକେଲା ଗାଁକୁ ଯାଇଥିଲେ  । ଗତକାଲି ରାତିରେ ଫେରୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି  । ମୃତକ ଝିମାନପାଲି ଗାଁର ଲକ୍ଷ୍ମଣ ଭୋଇ ଏବଂ ଗୁରୁତର ପୁଅ ଅନିଲ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.