Latest Odisha News

BREAKING NEWS

ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି  । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି । ୨୫ ତାରିଖରେ ଖେପୁପରା  ଓ ଚିଟାଗଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ  । ଯଦିବା ଓଡିଶା ଉପରେ ଏହାର ପ୍ରଭାବ ବିଶେଷ ନାହିଁ । କିନ୍ତୁ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅସ୍ତରଙ୍ଗ, କେନ୍ଦ୍ରାପଡା, ପୁରୀ, ଚାନ୍ଦବାଲି, ପାରାଦୀପ ରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମୁଦ୍ର ଭିତରେ ପବନର ବେଗ ୫୦ରୁ ୬୦ କିମି ରହିଥିବା ସୂଚନା ମିଳିଛି । ସ୍ଥଳଭାଗ ପାଇଁ ପବନ ବହିବାର କୌଣସି ସତର୍କ ସୂଚନା ନାହିଁ । ଉପକୂଳରୁ ୨୦୦ କିମି ଦୂର ଦେଇ ବାତ୍ୟା ଅତିକ୍ରମ କରିବ  । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ  । ତେଣୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଚାନ୍ଦବାଲି , ପାରାଦୀପ , ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି କରାଯାଇଛି ।

 

 

 

Leave A Reply

Your email address will not be published.