Latest Odisha News

ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ମାଡ଼ ମାରୁଛି ଶ୍ୱଶୁର, ଭିଡିଓ ଭାଇରାଲ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ଦିନ ଦି-ପହରରେ ବୋହୂର ଚୁଟି ଘୋଷାଡି ଗାଁ ଦାଣ୍ଡରେ ମାଡ଼ ମାରୁଛି ଶ୍ୱଶୁର । ଏଭଳି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକର ଧନେଶ୍ୱର ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ଧନେଶ୍ୱର ଗ୍ରାମର ନବୀନ ବେହେରା ଏବଂ ପତ୍ନୀ ଚାରୂଲତା ପାରିବାରିକ କଲହକୁ କେନ୍ଦ୍ର କରୁ ଅତି ନିର୍ଦ୍ଦୟ ଭାବେ ବୋହୂକୁ ଗାଁ ଦାଣ୍ଡରେ ଘୋଷଡି ନେବା ସହ, ତାଙ୍କୁ ମାଡ଼ ମଧ୍ୟ ମାରିଛନ୍ତି । ପ୍ରାଣ ବିକଳରେ ବୋହୁ ଜଣକ ନେହୁରା ମଧ୍ୟ ହେଉଥିଲେ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହି ଭିଜୁଆଲ ଭାଇରାଲ୍ ହେବା ପରେ କୋରାଇ ପୋଲିସ୍ ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବାମୀ,ଶାଶୁ ଓ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରୀ ରଖିଛି।

Comments are closed.