Latest Odisha News

BREAKING NEWS

ପାରିବାରିକ କଳହରୁ ବାପାକୁ ହତ୍ୟା କଲେ ଦୁଇଝିଅ ଓ ମାଆ

ଅନୁଗୁଳ: ସମଲ ଥାନା ସିଲିଂ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ମା ଓ ଦୁଇ ଝିଅ ମିଶି ବାପାଙ୍କୁ ହତ୍ୟା କରିଛନ୍ତି ।

BjdElectrycity

ଗାଁର ସୁନନ୍ଦ ପ୍ରଧାନଙ୍କର ଘରେ କୌଣସି କାରଣରୁ ଝଗଡା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ କାଠ ଫାଳିଆ ଓ ଶାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ସୁନ୍ଦଙ୍କର ମୃତ୍ୟୁ ହୋଇଥିଲା । ଗାଁ ଲୋକ ଏ ନେଇ ପୋଲିସରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । କିନ୍ତୁ ହତ୍ୟାକାରୀ ମାଆ ଓ ଦୁଇ ଝିଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ମୃତଦେହକୁ ଜବତ କରିବା ସହ ହତ୍ୟାରେ ବ୍ୟବହୃତ କାଠଫାଳିଆ ଓ ଶାବଳ ମଧ୍ୟ ଘଟଣା ସ୍ଥଳରୁ ଜବତ କରିଛି ।

Leave A Reply

Your email address will not be published.