Latest Odisha News

BREAKING NEWS

ଦାଦା ପୁଅ ଭାଇ ସହ ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା କଲା ବାପା, କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଅଭିଯୁକ୍ତ 

ହରଦୋଇ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି । ଜଣେ ବାପା ନିଜ ଝିଅର ମୁଣ୍ଡକାଟି ହତ୍ୟା କରିବା ପରେ କଟାମୁଣ୍ଡକୁ ହାତରେ ଧରି ଥାନାରେ ପହଁଞ୍ଚିଥିଲା । ଏହି ଭୟଙ୍କର ଦୃଶ୍ୟ ଦେଖି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଝିଅର ପ୍ରେମ ପ୍ରସଙ୍ଗକୁ ନେଇ ଅଭିଯୁକ୍ତ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । 

ଦ୍ବାଦଶ ଶ୍ରେଣୀରେ ପଢୁଥିବା ୧୮ ବର୍ଷିୟ ଯୁବତୀ ଜଣକର ନିଜର ଦାଦା ପୁଅ ଭାଇ ସହିତ ପ୍ରେମ ସମ୍ପର୍କ ଥିଲା । କିଛି ଦିନ ତଳେ ଝିଅ ସହିତ ତା’ର ପ୍ରେମିକକୁ ଆପତ୍ତିଜନକ ଅବସ୍ଥାରେ ଅଭିଯୁକ୍ତ ବାପା ଦେଖିଥିଲା । ଏହାପରେ ନିଜ ଝିଅ ଓ ତା’ର ପ୍ରେମିକକୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା ବାପା । ଝିଅର ମୁଣ୍ଡ-ଗଣ୍ଡି ଅଲଗା କରି ହତ୍ୟା କରିଥିଲା ଅଭିଯୁକ୍ତ ।

ଏହାପରେ ନିଜ ଝିଅର ମୁଣ୍ଡକୁ ହାତରେ ଧରି ମଝିଲା ଥାନାକୁ ଆସିଥିଲା ଅଭିଯୁକ୍ତ ବାପା । ରାସ୍ତାରେ ଲୋକ କଟାମୁଣ୍ଡ ଦେଖି, ତା ପାଖକୁ ଯିବାକୁ ଭୟ କରଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ସେତେବେଳକୁ ଅଭିଯୁକ୍ତ ଥାନାରେ ପହଁଞ୍ଚି ସାରିଥିଲା । ଅଭିଯୁକ୍ତକୁ କଟାମୁଣ୍ଡ ସହ ଦେଖି ପୋଲିସ ସାଙ୍ଗେ ସାଙ୍ଗେ ଗିରଫ କରିଥିଲା ।

Leave A Reply

Your email address will not be published.