Latest Odisha News

BREAKING NEWS

ନୃଶଂସ ବାପା, ନିଜ ଚାରି ବର୍ଷର ଝିଅକୁ ଠେଙ୍ଗାରେ ପିଟି ମାରି ଦେଲା

ବଣେଇ: ଜନ୍ମଦାତା ସାଜିଲେ ହତ୍ୟାକାରୀ । ଚାରି ବର୍ଷର ନିଷ୍ପାପ ଶିଶୁକୁ ହତ୍ୟା କରିଛି ବାପା । ଠେଙ୍ଗାରେ ଜୋରରେ ପିଟି ଦେବାରୁ ଝିଅର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଲାଲ ହାଟିଙ୍ଗରେ ।

ଅଭିଯୋଗ ଅନୁସାରେ, ଲାଲହାଟିଙ୍ଗରେ ଦୁଇ ସ୍ତ୍ରୀ ଓ ପିଲାଙ୍କ ସହ ରହୁଥିଲେ ଅରୁଣ ଲାଖୁଆ । ଗତ ସୋମବାର ଦିନ ଦୁଇ ସ୍ତ୍ରୀଙ୍କ ଅନୁପସ୍ଥିତିରେ ଅରୁଣ ନିଜ ୪ବର୍ଷର ଝିଅକୁ କୌଣସି କାରଣରୁ ପିଟି ପିଟି ହାତ ଭାଙ୍ଗି ଦେଇଥିଲା।  ଦୁଇ ସ୍ତ୍ରୀ ଘରକୁ ଫେରିବା ପରେ ଝିଅକୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବଡବିଲ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ବଡବିଲରେ ଚିକିତ୍ସା କରାଇ ସେମାନେ ଘରକୁ ଫେରିବା ପରେ ଝିଅର ମୃତ୍ୟୁ ହୋଇଥିଲା ।

ଝିଅର ମୃତଦେହକୁ ଅରୁଣ ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ରାଉରକେଲା ୬ ନମ୍ବର ବସ୍ତିରେ ପୋତିବାକୁ ନେଇଥିବା ବେଳେ ସ୍ଥାନୀୟ ଲୋକ ଜାଣି ପାରିଥିଲେ । ଥାନାକୁ ଖବର ଦେବା ପରେ ସେଠାରେ ଫେରାର ହୋଇଯାଇଥିଲେ ସ୍ୱାମୀ-ସ୍ତ୍ରୀ । ଗତକାଲି ଅରୁଣର ପ୍ରଥମ ସ୍ତ୍ରୀ ଗୀତା ଲାଖୁଆ ଏନେଇ କୋଇଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.