Latest Odisha News

BREAKING NEWS

ବାପା ହେବ ତ ଏମିତି, ହଇରାଣ କଲେ ବୋଲି ବ୍ୟାଣ୍ଡ ପାର୍ଟି ନେଇ ଝିଅକୁ ଫେରାଇ ଆଣିଲେ

ରାଂଚୀ: ଏଠାକାର ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ଜଣେ ବାପା ଶ୍ୱଶୁର ଘରେ ଝିଅର ନିର୍ଯ୍ୟାତନା ଶୁଣି ଅତିଷ୍ଠ ହୋଇପଡିଲେ । ଶେଷରେ ଝିଅ ସହ ପରାମର୍ଶ କରି ସେ ବ୍ୟାଣ୍ଡ ପାର୍ଟି ନେଇ ତାଙ୍କୁ ସସମ୍ମାନେ ଘରକୁ ଫେରାଇ ଆଣିଲେ । ୧୫ ଅକ୍ଟୋବରର ଏହି ଘଟଣାକୁ ସେ ତାଙ୍କ ଫେସବୁକରେ ଆକାଂଉଟରେ ଶେୟାର କରିବା ପରେ ଏହା ସମ୍ମୁଖକୁ ଆସିଥିଲା । ପ୍ରେମ ଗୁପ୍ତାଙ୍କ କହିବା ଅନୁସାରେ ଝିଅ ସାକ୍ଷୀକୁୁ ମୁଁ ଅନ୍ୟ ବାପାମାଆଙ୍କ ପରି ଧୂମଧାମରେ ସଚିନ କୁମାର ନାମକ ଯୁବକ ସହ ବିବାହ କରାଇଥିଲି । ସେ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ । ବିବାହର କିଛି ଦିନ ପରେ ମୋ ଝିଅକୁ ଯନ୍ତ୍ରଣା ଦେବା ଆରମ୍ଭ କରିଥିଲେ ।

ପ୍ରେମ ପରେ ସେ ଯେତେବେଳେ ଜାଣିଲେ ସଚିନ ପୂର୍ବରୁ ୨ଟି ବିବାହ କରିଛି ତାଙ୍କ ପଦ ତଳୁ ଭୂମି ଖସି ଯାଇଥିଲା । ତଥାପି ଝିଅର ଜୀବନ ରକ୍ଷା ପାଇଁ ସେ ଅଂଟା ଭିଡିଥିଲେ । ପରିବାର ଅନ୍ୟ ସଦସ୍ୟ ଏବଂ ବନ୍ଧୁ ବାନ୍ଧବମାନଙ୍କୁ ନେଇ ସେ ବ୍ୟାଣ୍ଡ ପାର୍ଟି ବଜାଇ ଝିଅର ଶ୍ୱଶୂର ଘରକୁ ଯାଇଥିଲେ ଓ ଘରକୁ ନେଇ ଆସିଥିଲେ । ଏବେ ସାକ୍ଷୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.