Latest Odisha News

ଆଜି ଭୁବନେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

ସୁବର୍ଣ୍ଣପୁର : ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  ।  ଆଜି ମାଁ ସୁରେଶ୍ୱରୀ ଭୁବନେଶ୍ଵରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି ଷୋଡ଼ଶୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ଭୁବନେଶ୍ଵରୀ ବେଶ ଧାରଣ କରିଛନ୍ତି ।

ଆଜି ସକାଳୁ ଭକ୍ତ ମାନେ ଆରତୀ ନୈବେଦ୍ୟ ଅର୍ପଣ କରିବା ସହିତ ମାଁ ଙ୍କ ଆର୍ଶିବାଦ ଲାଭ କରିଛନ୍ତି ।  ବିଭିନ୍ନ ମନ୍ତ୍ର ଧ୍ୱନିରେ ସାରା ପରିବେଶ ଉତ୍ସବମୂଖରିତ ହୋଇଉଠିଛି । ଆଜିର ଦିନରେ ମା ଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ  ବୋଲି ଭକ୍ତ ମାନଙ୍କର ବିଶ୍ୱାସ ରହିଛି ।

Leave A Reply

Your email address will not be published.