Latest Odisha News

BREAKING NEWS

ଭାରତର ଏୟାର ଷ୍ଟ୍ରାଇକ ଆଶଙ୍କାରେ ଛାନିଆ ପାକିସ୍ତାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାତ ଦିନ ବିତିଗଲାଣି। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନର ଆଶଙ୍କା କରି ଭୟଭୀତ ହୋଇପଡ଼ିଛି ପାକିସ୍ତାନ।

ସୂଚନା ଅନୁଯାୟୀ, ଭାରତୀୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସେକ୍ଟରର ଅଞ୍ଚଳରେ ଏହାର ରାଡାର ସିଷ୍ଟମ ମୁତୟନ କରୁଛି।

ଫିରୋଜପୁର ସଂଲଗ୍ନ ଅଞ୍ଚଳରେ ଭାରତୀୟ ଗତିବିଧିକୁ ଚିହ୍ନଟ କରିବା ପାଇଁ ପାକିସ୍ତାନୀ ସେନା ସ୍ଥାନୀୟ ଅଞ୍ଚଳରେ ଇଲେକ୍ଟ୍ରୋନିକ୍ ୱାରଫେୟର ଗୁଡ଼ିକୁ ଫରୱାର୍ଡ ଲୋକେସନ ରେ ମୁତୟନ କରୁଛି। ନିକଟରେ ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୫୮ କିଲୋମିଟର ଦୂର ଚୋର କ୍ୟାଣ୍ଟନମେଣ୍ଟରେ TPS-77 ରାଡାର ମୁତୟନ କରିଥିଲା।

Comments are closed.