ନୂଆଦିଲ୍ଲୀ: ଆସନ୍ତାକାଲି (ବୁଧବାର) ସକାଳ ୧୧ଟାରେ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସିସିଏସ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ। ପହଲଗାମ ଆକ୍ରମଣ ପରେ ଏହା ଦ୍ୱିତୀୟ ସିସିଏସ( CCS) ବୈଠକ ।
ଏବେ ମୋଦୀ ସରକାର ଆକ୍ସନ ମୋଡରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସୁରକ୍ଷା ପ୍ରସ୍ତୁତିର ସମସ୍ତ ବିବରଣୀ ନେଉଛନ୍ତି। ଆସନ୍ତାକାଲି କ୍ରମାଗତ ଚାରୋଟି ବଡ଼ ବୈଠକ ହେବ। ଏହି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇପାରେ।
ସିସିଏସ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ CCPA (ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟି, Cabinet Committee on Political Affairs)ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମେତ ଅନ୍ୟ ସଦସ୍ୟ ସାମିଲ ହେବେ ।
ବୁଧବାର ତୃତୀୟ ପ୍ରମୁଖ ବୈଠକ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି (ସିସିଇଏ,CCEA)ର ଅନୁଷ୍ଠିତ ହେବ। ଏହା ପରେ ଏକ କ୍ୟାବିନେଟ ବୈଠକ ହେବ। ପହଲଗାମ ଆକ୍ରମଣ ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ।
ବୈଠକରେ ସୁରକ୍ଷା ପ୍ରସ୍ତୁତି ବିଷୟରେ ଆଲୋଚନା କରାଯିବ। ଭାରତ ସରକାର ଆଗକୁ କ’ଣ କିବ ସେ ବିଷୟରେ ଆଲୋଚନା ହେବ। ଏହା ପରେ ରାଜନୈତିକ ବ୍ୟାପାର ବୈଠକ ହେବ। ସିନ୍ଧୁ ଜଳ ଚୁକ୍ତିନାମା ଉପରେ କିପରି ଆଗକୁ କାମ ହେବ ସେ ବିଷୟରେ ଆଲୋଚନା ହେବ।
Comments are closed.