Latest Odisha News

BREAKING NEWS

୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର, ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର । ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ମାଳଦ୍ୱୀପ ଗସ୍ତ କରୁଛନ୍ତି  ବୋଲି କହିଛନ୍ତି ଏସ.ଜୟଶଂକର । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏସ୍.ଜୟଶଂକରଙ୍କ ଏହି ଗସ୍ତ ସମୟରେ ମାଳଦ୍ୱୀପ ପ୍ରତିରକ୍ଷାମନ୍ତ୍ରୀ ମାରିୟା ଦିଦିଙ୍କୁ ଭେଟିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଜୟଶଂକର ସୂଚନା ଦେବା ସହ ମାରିୟା ଦିଦିଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ନେଇ ଉପଯୋଗୀ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।

ଏହି ଗସ୍ତ ସମୟରେ ଜୟଶଂକର ୟୁଟିଏଫ୍ ହାର୍ବର ପ୍ରକଳ୍ପ ଉପରେ ହୋଇଥିବା ବୁଝାମଣାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ମାଳଦ୍ୱୀପର ତଟରକ୍ଷକ କ୍ଷମତା ବୃଦ୍ଧି ପାଇବା ସହ ଆଞ୍ଚଳିକ ଏଚଏଡିଆର ପ୍ରକଳ୍ପକୁ ସହାୟତା ମିଳିବ । 

Leave A Reply

Your email address will not be published.