Latest Odisha News

BREAKING NEWS

“କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨” ସମ୍ମାନିତ ହେଲେ ସାମ୍ବାଦିକ ଲାଲା ପ୍ରମୋଦ ରାୟ

ଆମ ମାତୃଭୂମି ସେବା ସଙ୍ଗଠନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା କାର୍ଟୁନିଷ୍ଟ ଦିଲ୍ଲୀପ ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦାଠାରେ ଅନୁଷ୍ଠିତ ହୋଇଯାଇଛି କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨ କାର୍ଯ୍ୟକ୍ରମ । ଏହି ଅବସରରେ ବହୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଗହଣରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ମନୋଜ ପାତ୍ର ଯୋଗ ଦେଇଥିଲେ ।

ଆମ ମାତୃଭୂମି ସେବା ସଙ୍ଗଠନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା କାର୍ଟୁନିଷ୍ଟ ଦିଲ୍ଲୀପ ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ । ଅନ୍ୟପଟେ ଏଲ୍‌.ଆର୍‌.ଓ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ବନ୍ତ ତହସିଲଦାର ସୁଶ୍ରୀ ଅଙ୍କିତା ବାରିକ, ବନ୍ତ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ, ଭଣ୍ଡାରିପୋଖରୀ ବିଡିଓ ଦେବଦତ୍ତ ଦାସ ଓ ଭଣ୍ଡାରିପୋଖରୀ ଥାନାଧିକାରୀ ଅମିତାଭ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ଅବସରରେ ୨୦୧୯ରୁ କରୋନା ମହାମାରୀ ସମୟରେ ସମାଜ ପ୍ରତି ନିଃସ୍ୱାର୍ଥପର ସେବା ଯୋଗାଇଥିବା ବିଭିନ୍ନ ସଙ୍ଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟପଟେ ଓଡିଶା ସମ୍ବାଦର ଭଦ୍ରକ ଜିଲ୍ଲା ପ୍ରତିନିଧୀ ଲାଲା ପ୍ରମୋଦ ରାୟଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

କରୋନା ଯୋଦ୍ଧା ସମ୍ମାନ: ୨୦୧୯-୨୨ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଂଘର ସଭାପତି ସନ୍ତୋଷ ଜେନା, ରଂଜିତ ଜେନା, କାହ୍ନୁଚରଣ ଜେନା, ସନ୍ତୋଷ ପରେଇ ଏବଂ ଓମ୍ ପ୍ରକାଶ ରାଉତଙ୍କ ଭଳି ପ୍ରମୁଖ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.