Latest Odisha News

BREAKING NEWS

ସାତକୋଶିଆ ଅଭୟାରଣ୍ୟରେ କଳା ବାଘୁଣୀ ସହ ଯାଆଁଳା ଛୁଆ

ଭୁବନେଶ୍ୱର: ବନ ବିଭାଗ କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ । ଦୁଇ ଯାଆଁଳା ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ କଳା ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି ।

ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏହି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ ନଜରକୁ ଆସିଛନ୍ତି । ଏନେଇ  ସୋସିଆଲ ମିଡିଆ ଏକ୍ସରେ  ପୋଷ୍ଟ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସେ ଏହି ପୋଷ୍ଟରେ ଲେଖିଛନ୍ତି, ‘‘ଯାଆଁଳା ହେଉଛି ଏକ ଚମତ୍କାର । କେନ୍ଦ୍ରୀୟ ଓଡ଼ିଶା ଜଙ୍ଗଲରେ  ନିଜ ଯାଆଁଳା ଛୁଆ ସହ କଳା ବାଘୁଣୀ ବୁଲି ଥିବାର ଫଟୋ କଏଦ ହୋଇଛି । ଏହା  ପ୍ରକୃତିର ସୁନ୍ଦରତା।’’

Leave A Reply

Your email address will not be published.