ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇ କର୍ମଚାରୀଙ୍କ ପାଇଁ ଆଜି ବୋନସ ଘୋଷଣା କରିଛନ୍ତି । ଦୀପାବଳୀକୁ ଆଖି ଆଗରେ ରଖାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ରେଳ କର୍ମଚାରୀଙ୍କ ବୋନସ ଉପରେ ମୋହର ମାରିଥିଲେ । ଏବେ ସେମାନଙ୍କୁ ୭୮ ଦିନର ବୋନସ ମିଳିବ । ଏହା ଦ୍ୱାରା ୧୧.୨୭ ଲକ୍ଷ କର୍ମଚାରୀ ଉପକୃତ ହେବେ ଏବଂ ୧୮୩୨ କୋଟି ଟଙ୍କା ଏ ବାବଦକୁ ପ୍ରଦାନ କରାଯିବ ।
ଟ୍ରାକ ମେଂଟନର୍ସ, ଡ୍ରାଇଭର୍ସ, ଗାର୍ଡ, ଷ୍ଟେସନ ମାଷ୍ଟର, ସୁପରଭାଇଜର ଟେକ୍ନିସିଆନ, ଟେକ୍ନିକାଲ ହେଲପର, କଂଟ୍ରୋଲର ଓ ଗ୍ରୁପ ସିର ସମସ୍ତ କର୍ମଚାରୀଙ୍କୁ ଏହି ବୋନସ ପ୍ରଦାନ କରାଯିବ । ଆରପିଏଫ/ଆରପିଏସଏଫଙ୍କୁ ଏହା ମିଳିବ ନାହିଁ କାରଣ ଏହା ପୂର୍ବରୁ ସରକାର ନନ ଗେଜେଟେଡ କର୍ମଚାରୀଙ୍କ ପାଇଁ ଦକ୍ଷତାଭିତିକ ବୋନସ ଘୋଷଣା କରିଥିଲେ ।
Comments are closed.