Latest Odisha News

BREAKING NEWS

ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ ଅଁଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାସ୍ଥ୍ୟ ମଣିଷଙ୍କ ପାଇଁ ସବୁଠାରୁ ବଡ଼ ଧନ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନର ଆବଶ୍ୟକ ପଡିଥାଏ। ଏଠାରେ ଯଦି ଭିଟାମିନ କଥା ଆଲୋଚନା କରିବା ତେବେ ଭିଟାମିନ-ସି ସମସ୍ତଙ୍କୁ ଆବଶ୍ୟକ। ଏଭଳି ପରିସ୍ଥିତିରେ ଅଁଳାରେ ଭରପୂର ଭିଟାମିନ୍ ସି ରହିଛି। ଏଥିରେ ଅନେକ ଲାଭକାରୀ ଗୁଣ ରହିଛି। ପ୍ରତିଦିନ ଅଁଳା ଖାଇବା ଏକ ଭଲ ଅଭ୍ୟାସ। କାରଣ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। କିନ୍ତୁ ଆପଣ ଜାଣନ୍ତି କି ଅଁଳା କିଛି ଲୋକଙ୍କୁ କ୍ଷତି ମଧ୍ୟ ପହଞ୍ଚାଇପାରେ। କିଛି ଲୋକଙ୍କ ପାଇଁ ଅଁଳା ଖାଇବା କ୍ଷତିକାରକ ହୋଇପାରେ। ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଏଠାରେ କହିବୁ କେଉଁ ଲୋକଙ୍କୁ ଅଁଳା ଖାଇବା ଅନୁଚିତ୍।

ଲୋ ବ୍ଲଡ଼ ସୁଗାର ଥିଲେ…
ଲୋ ବ୍ଲଡ଼ ସୁଗାର ଥିବା ରୋଗୀମାନେ ଅଳ୍ପ ପରିମାଣରେ ଅଁଳା ଖାଇବା ଉଚିତ୍। ଏହାର କାରଣ ହେଉଛି ଅଁଳା ରକ୍ତରେ ଶର୍କରା ସ୍ତରକୁ କମାଇବା ପାଇଁ କାମ କରେ। ଯଦି ଆପଣଙ୍କର ଲୋ ବ୍ଲଡ଼ ସୁଗାର ସମସ୍ୟା ଥାଏ ତେବେ ଅଁଳାଠାରୁ ଦୂରେଇ ରୁହନ୍ତୁ।

ଅମ୍ଳତା ବା ଏସିଡିଟି…
ଯଦି ଆପଣଙ୍କର ଏସିଡିଟି ସସ୍ୟା ରହିଛି ତେବେ ଆପଣ ଅଁଳାର ଅତ୍ୟଧିକ ସେବନ କରନ୍ତୁ ନାହିଁ। ଅଁଳାରେ ଭିଟାମିନ୍-ସିର ପରିମାଣ ଅଧିକ ଥାଏ। ତେଣୁ ଏହାକୁ ଖାଇଲେ ଏସିଡିଟି ଥିବା ଲୋକଙ୍କର ସମସ୍ୟା ବଢିପାରେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏସିଡ଼ିଟି ସମସ୍ୟା ରହିଛି ତେବେ ଅଁଳା ଭୁଲରେ ବି ଖାଆନ୍ତୁ ନାହିଁ।

ଅସ୍ତ୍ରୋପଚାର ବା ସର୍ଜରୀ…
ଯଦି ଆପଣ କୌଣସି ପ୍ରକାରର ଅସ୍ତ୍ରୋପଚାର କରିଛନ୍ତି, ତେବେ କିଛି ଦିନ ପାଇଁ ଅଁଳା ଖାଇବା ଠାରୁ ଦୂରେଇ ରୁହନ୍ତୁ। କାରଣ ଆପଣଙ୍କର ରକ୍ତସ୍ରାବ ହେବାର ଆଶଙ୍କା ବଢିପାରେ। ତେଣୁ ଆପଣ ଅଁଳାଠାରୁ ଦୂରେଇ ରୁହନ୍ତୁ।

ଡିହାଇଡ୍ରେସନ୍…
ଯଦି ଆପଣଙ୍କର ଡିହାଇଡ୍ରେସନ୍ ସମସ୍ୟା ଅଛି, ତେବେ ଅଁଳା ଖାଇବା ଅନୁଚିତ୍। କାରଣ ଏହା ଖାଇବା ଦ୍ୱାରା ଡିହାଇଡ୍ରେସନ୍ ସମସ୍ୟା ବଢିପାରେ।

Leave A Reply

Your email address will not be published.