Latest Odisha News

BREAKING NEWS

ମାର୍ଚ୍ଚ ଯାଏଁ ବଢିଲା ପାର୍ବଣ ବିଶେଷ ଟ୍ରେନ ଚଳାଚଳ ଅବଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ପ୍ରାୟ ୨୧ ଯୋଡ଼ା ବିଶେଷ ଟ୍ରେନର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।

ଜାଣନ୍ତୁ, କେଉଁ ସବୁ ଟ୍ରେନ୍- 

୦୧. ଭୁବନେଶ୍ୱରରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର ରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାରରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

୦୨. ଭୁବନେଶ୍ୱର ରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା ୦୨୮୮୦/୦୨୮୭୯ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ।

୦୩. ୦୮୪୭୯/୦୮୪୮୦ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାର ଦିନ ତିରୁପତିରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୪. ୦୨୮୩୯/୦୨୮୪୦ ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଗୁରୁବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଚେନ୍ନାଇରୁ ମାର୍ଚ୍ଚ ମାସ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୫. ୦୨୮୪୫/୦୨୮୪୬ ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ରବିବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ବାଙ୍ଗାଲୋର କ୍ୟାଣ୍ଟରୁ ମାର୍ଚ୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୬. ୦୨୮୯୮/୦୨୮୯୭ ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପୁଡୁଚେରୀରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୭. ୦୮୪୯୬/୦୮୪୯୫ ଭୁବନେଶ୍ୱର-ରମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଶୁକ୍ରବାର ଦିନ ଭୁବନେଶ୍ୱରରୁ ଏବଂ ପ୍ରତ୍ୟେକ ରବିବାରରେ ରମେଶ୍ୱରାମରୁ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୮. ୦୮୩୦୬/୦୮୩୦୫ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସାପ୍ତାହିକ ସାମ୍ବଲପୁରରୁ ପ୍ରତ୍ୟେକ ଶୁକ୍ରବାର ଏବଂ ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

୦୯. ୦୮୩୧୧/୦୮୩୧୨ ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ଦ୍ୱି-ସାପ୍ତାହିକ ସ୍ପେଶାଲ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ସମ୍ବଲପୁରରୁ ଏବଂ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ମାଣ୍ଡୁଆଡିହରୁ ଏପ୍ରିଲ ମାସ ପହିଲା ପର‌୍ୟ୍ୟନ୍ତ ଚାଲିବ।

୧୦. ୦୮୪୪୯/୦୮୪୫୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ସୋମବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ବୁଧବାର ଦିନ ପାଟନା ଠାରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୧. ୦୮୪୧୯/୦୮୪୨୦ ପୁରୀ-ଜୟନଗର-ପୁରୀ ସ୍ପେଶାଲ ଗୁରୁବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଶନିବାର ଦିନ ଜୟନଗରରୁ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୨. ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ବିଶେଷ ଟ୍ରେନ ପ୍ରତ୍ୟେକ ରବିବାର ଦିନ ପୁରୀରୁ ଏବଂ ପ୍ରତି ମଙ୍ଗଳବାର ଦିନ ସୁରଟରୁ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୩. ୦୨୮୬୬/୦୨୮୬୫ ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ୍-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏଲଟିଟି ରୁ ଏପ୍ରିଲ ମାସ ପହିଲା ପର୍ଯ୍ୟନ୍ତ ଚାଲିବ।

୧୪. ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ-ପୁରୀ ସ୍ପେଶାଲ୍ ରବିବାର ଦିନ ପୁରୀରୁ ଏବଂ ପ୍ରତି ସୋମବାର ଦିନ ଚେନ୍ନାଇରୁ ମାର୍ଚ୍ଚ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୫. ୦୨୮୫୧/୦୨୮୫୨ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ଦ୍ୱି-ସାପ୍ତାହିକ ସ୍ପେସାଲ୍ ପ୍ରତ୍ୟେକ ସୋମବାର ଏବଂ ଶୁକ୍ରବାର ଦିନ ବିଶାଖାପାଟନମ୍ ରୁ ଏବଂ ପ୍ରତ୍ୟେକ ବୁଧବାର ଏବଂ ରବିବାର ନିଜାମୁଦ୍ଦିନରୁ ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୬. ୦୨୮୮୭/୦୨୮୮୮ ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ ଜାନୁୟାରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ନିଜାମୁଦ୍ଦିନରୁ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୭. ୦୨୮୬୯/୦୨୮୭୦ ବିଶାଖାପାଟନମ୍-ଚେନ୍ନାଇ-ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଏବଂ ଚେନ୍ନାଇରୁ ପ୍ରତ୍ୟେକ ମଙ୍ଗଳବାର ଦିନ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୮. ୦୨୮୫୭/୦୨୮୫୮ ବିଶାଖାପାଟନମ୍- ଖଞଞ- ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ରବିବାର ଦିନ ବିଶାଖାପାଟନମ୍ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ଖଞଞ ରୁ ମାର୍ଚ୍ଚ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

୧୯. ୦୮୫୦୧/୦୮୫୦୨ ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ପ୍ରତି ଗୁରୁବାର ଦିନ ବିଶାଖାପାଟନମ୍ ଏବଂ ଗାନ୍ଧୀଧାମ ଠାରୁ ପ୍ରତ୍ୟେକ ରବିବାର ଦିନ ମାର୍ଚ୍ଚ ମାସ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

୨୦. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ ୧ ଏପ୍ରିଲ, ୨୦୨୧ ପର୍ଯ୍ୟନ୍ତ କଡପା ଠାରୁ ଚାଲିବ।

୨୧. ୦୧୮୩୨/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ ୧ ଏପ୍ରିଲ, ୨୦୨୧ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ଚାଲିିବ।

Leave A Reply

Your email address will not be published.