Latest Odisha News

BREAKING NEWS

ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସୌରଭଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୯ ବର୍ଷୀୟ ସୌରଭ ଫାଇନାଲ୍ସରେ ୨୪୬.୯ ପଂଏଟ ସ୍କୋର କରିଥିଲେ । ପୂର୍ବରୁ ଉତର କୋରିଆର କିମ ସୋଙ୍ଗ(୨୪୬.୫)ଙ୍କ ନାମରେ ଏହି ରେକର୍ଡ ରହିଥିଲା ।

ସୌରଭ ୬୦ ଶଟ କ୍ୱାଲିଫିକେଶନ ପର୍ଯ୍ୟାୟରେ ୫୯୦ ସ୍କୋର କରିଥିଲେ । ଫାଇନାଲରେ ୨୪୬.୯ ପଂଏଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅମନପ୍ରୀତ ସିଂ (୨୪୪.୫) ଓ ଶିବ ନରୱାଲ (୨୨୩.୩) ପଂଏଟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ମହିଳା ୧୦ ମିଟର ଏୟାର ପିସ୍ତଲରେ ମନୁ ଭାକର ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Leave A Reply

Your email address will not be published.