Latest Odisha News

BREAKING NEWS

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ଭିଡିଓ ଭାଇରାଲ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଏହି ଛାତିଥରା ଲୋମଟାଙ୍କୁରା ଦୃଶ୍ୟ ରହିଛି । କିଭଳି ନିରୀହ ଚାଷୀଙ୍କୁ ଜାଣିଶୁଣି ହତ୍ୟ। କରାଯାଉଛି ତାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ୍ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି ।

ଯାହାକୁ ଟ୍ୱିଟରେ ସେୟାର କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହାକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି  ଜାଣିଶୁଣି କୃଷକଙ୍କ ଉପରକୁ  ଗାଡ଼ି ଚଢ଼ାଯାଉଛି । ପୁଲିସ୍‌ ତୁରନ୍ତ ଏହି ଭିଡିଓକୁ ତଦନ୍ତ ପରସରକୁ ନେଉ । ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ ବୋଲି ସେ ଟ୍ୱିଟରେ ଲେଖିଛନ୍ତି ।

Leave A Reply

Your email address will not be published.