Latest Odisha News

BREAKING NEWS

ଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର

ଗୁଣପୁର : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘରଦ୍ୱାର ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗୁଣପୁର ଚିନାରୀଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ। ଗାଁରେ ପ୍ରାୟ ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା କିଛି ସମୟ ପର୍ଯ୍ୟନ୍ତ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା ।

ଲୋକଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ସହିତ ବହୁ ଆସବାବପତ୍ର ପୋଡି ଜଳି ନଷ୍ଟ ହୋଇଯାଇଛି । ଦୀର୍ଘ ସମୟର କସରତ ପରେ ନିଆଁ ଆୟତକୁ ଆସିଥିିଲା । ତେବେ ଗାଁର ଏହି କ୍ଷତିଗ୍ରସ୍ତ ମାନେ ସହାୟତା ଅପେକ୍ଷାରେ ଚାହିଁ ବସିଛନ୍ତି ।

Comments are closed, but trackbacks and pingbacks are open.