Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ୧୮୬ କରୋନା ରୋଗୀ ସୁସ୍ଥ ହୋଇଥିବା ଯୋଗୁଁ ରବିବାର ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଆଜି ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁୁ: ଗଞ୍ଜାମରେ ୨ଜଣ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କଟକରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କନ୍ଧମାଳରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଭାବେ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ ୩୨ ଜଣ, ଗଞ୍ଜାମରେ ୧୨ ଜଣ, ମୟୂରଭଞ୍ଜରେ ୮, ଅନୁଗୁଳରେ ୭, କେନ୍ଦୁଝରରେ ୫, ମାଲକାନଗିରି, ପୁରୀ ଏବଂ ନୟାଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥତା ହାସଲ କରିପାରିଛନ୍ତି ।

ସେହିପରି ଭାବେ ବାଲେଶ୍ୱର, ଦେବଗଡ଼ ଏବଂ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ କରୋନା ରୋଗୀ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.