Latest Odisha News

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ଆସନ୍ତାକାଲି ସୁପ୍ରିମକୋର୍ଟର ଭର୍ଚୁଆଲ୍ କୋର୍ଟ ୩ରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରାଯିବା ନେଇ ସୂଚନା ମିଳିଛି । ସୋମବାର ଦିନ ୧୧ ଟା ବେଳେ ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟ ଏକ ଜଣିକିଆ ବେଞ୍ଚରେ ଏହି ଶୁଣାଣି କରିବା ନେଇ ଦିନଧାର୍ଯ୍ୟ କରିଛନ୍ତି ।

ଅଧିକ ପଢନ୍ତୁ – ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ସଠିକ୍ ନିର୍ଣ୍ଣୟ ସହ ମାର୍ଗ ପ୍ରସ୍ତୁତ କରନ୍ତୁ: ପୁରୀ ଶଙ୍କରାଚାର୍ଯ୍ୟ

ଇତିମଧ୍ୟରେ ସୁପ୍ରିିମକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଆଂଶିକ ପରିବର୍ତ୍ତନ କରାଯିବାକୁ ନେଇ ଜନସାଧାରଣଙ୍କ ପକ୍ଷରୁ ୧୭ଟି ପିଟିସନ୍ କରାଯାଇଛି । ଏଥିମଧ୍ୟରେ ଓଡ଼ିଶାରୁ ରହିଛି ୮ଟି ପିଟିସନ୍ । ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଟଣାଯିବା ଲାଗି ଅନୁମତି ପ୍ରଦାନ କରାଯାଉ ବୋଲି ଏହି ପିଟିସନ୍ ଗୁଡ଼ିକରେ ଅନୁରୋଧ କରାଯାଇଛି ।

ଅଧିକ ପଢନ୍ତୁ: ରଥଯାତ୍ରା ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଗଜପତି ମହାରାଜା

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଗୁରୁବାର ଦିନ ଶ୍ରୀଜୀଉମାନଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.