Latest Odisha News

BREAKING NEWS

ଜରୁରୀ ସାମଗ୍ରୀ ପରିବହନରେ ନାହିଁ କଟକଣା: ସିପି

ଭୁବନେଶ୍ୱର: ଜରୁରୀ ସାମଗ୍ରୀ ପରିବହନ କରିବାରେ କୌଣସି କଟକଣା ନାହିଁ । ସାମଗ୍ରୀ ଓ ପନିପରିବା ପରିବହନ କରିପାରିବେ ଖୁଚୁରା ବେପାରୀ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କିଛି ସମସ୍ୟା ହେଲେ ୧୦୦ ନମ୍ବରକୁ ଫୋନ୍ କରି ମଧ୍ୟ ଜଣାଇ ପାରିବେ ବୋଲି ସେ କହିଛନ୍ତି ।

କରୋନା ମୁକାବିଲା ପାଇଁ ୨୧ ଦିନିଆ ତାଲା ବନ୍ଦରେ ସାରା ଦେଶ । ରାଜ୍ୟରେ ମଧ୍ୟ ଲକ୍ ଡାଉନ୍‌କୁ କଡାକଡି କରାଯାଇଛି । ରାସ୍ତାରେ ଗାଡି ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ଏପରି ସ୍ଥଳେ ଆଜି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଜରୁରୀ ସାମଗ୍ରୀ ପରିବହନ କରିବାରେ କୌଣସି କଟକଣା ନାହିଁ ବୋଲି ଟ୍ୱିଟ୍ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.