Latest Odisha News

ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ମାଲକାନଗିରି: ଗର୍ବ କରୁଛି ଆଜି ମାଲକାନଗିରି ତାଙ୍କର ମଣିଷପଣିଆକୁ ନେଇ, ସଲାମ କରୁଛି ତାଙ୍କ କର୍ତ୍ତବ୍ୟବୋଧତା ମାନବିକତା ପାଇଁ । ସୋସିଆଲ ମିଡ଼ିଆରେ ଘୁରି ଘୁରି ପ୍ରଶଂସା ସାଉଁଟୁଥିବା ଦେଶ ଭକ୍ତିର ଓ ମହିଳା ପୋଲିସ ଜନଙ୍କର ମାନବିକତା ର ରଙ୍ଗ କେତେ ଗାଢ଼ ।  ମାଲକାନଗିରି ମହିଳା ପୋଲିସ ଅଧିକାରୀ ଶୁଭଶ୍ରୀଙ୍କ  ସେବା, କର୍ତ୍ତବ୍ୟବୋଧତା ଓ ମାନବିକତାକୁ ନେଇ ଆଜି ସବୁଆଡ଼େ ପ୍ରଶଂସା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପ୍ରଶଂସା ସାଉଁଟୁଥିବା ଏ ଚିତ୍ର ବର୍ଣ୍ଣନା କରୁଛି ଦେଶ ଭକ୍ତିର ଓ ମହିଳା ଜନଙ୍କର ମାନବିକତା ର ଏ ରଙ୍ଗ କେତେ ଗାଢ଼ । ଦେଶ ସେବାର ରାଣ ଖାଇଥିବା ଏ ମହିଳା ପୋଲିସ ଅଧିକାରୀ ଜଣକ ହେଉଛନ୍ତି ମହିଳା ଏସ୍ ଆଇ ଶୁଭଶ୍ରୀ ଭବାନୀ ନାୟକ । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା ସବ୍ ଇନ୍ସପେକ୍ଟର । ଏବେ ଜିଲ୍ଲା କହୁଛି ସାବାସ୍‌ ଶୁଭଶ୍ରୀ । ତାଙ୍କ କାହାଣୀ ଯିଏ ବି ଶୁଣିଛି। ଶତ ସଲାମ କରିଛି ।
ଉପରେ ମୁଣ୍ଡ ଫଟା ଖରା। ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ। ତଳେ କାର୍ଯ୍ୟରତ ଓ ସଜାଗ ପୋଲିସ। କରୋନାର କାଳ ବେଳାରେ ପୋଲିସ ମାନେ କର୍ତ୍ତବ୍ୟର ଆହ୍ଵାନରେ ପାଦ ରଖିଛନ୍ତି ବିପଦର ଚହଲାପାଣିରେ । କାୟା ମେଲାଇ କରୋନା ଜଣେ ପରେ ଜଣକୁ ନିଜ ଆଡ଼କୁ ଟାଣିନେଉଛି । ଲକ୍‌ଡାଉନ୍‌ର ଲକ୍‌ ଖୋଲି ବାହାରେ ସ୍ୱାଧୀନ ଭାବେ ବୁଲିବା ପାଇଁ ଲୋକଙ୍କ ପାଖରେ ଜୁ ନାହିଁ । ଠିକ୍ ସେହି ସମୟରେ ଅସହ୍ୟ ଗରମ କୁ ସହି ନ ପାରି। ଶୋଷ ବିକଳରେ ରାସ୍ତାକଡରେ ବସି ପଡିଥିଲେ ଜଣେ ବୃଦ୍ଧା । ବୁଦ୍ଧା ଜଣଙ୍କୁ ଦେଖି ପାଖକୁ ଯାଇ ତାଙ୍କ କଥା ବୁଝି ମାନବିକତ ର ଆବେଗ ରେ ଭୋକିଲା ପେଟରେ ଦାନା ଦେଇ ଆଶୀର୍ବାଦ ସାଉଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର । ଦୁର୍ବଳତା ଯୋଗୁଁ ବୃଦ୍ଧାଙ୍କ ହାତ ଚଳୁ ନଥିବାରୁ ମହିଳା ସବଇନିସପେକ୍ଟର ନିଜ ହାତରେ ତାଙ୍କୁ ଖୁଆଇ ଦେଇ ନିଜ ପାଣି ବୋତଲରୁ ପାଣିପିଆଇ ଦେଇଥିଲେ ।
ଜଣେ ମହିଳା ସବ ଇନ୍ସପେକ୍ଟର ଙ୍କ କର୍ତ୍ତବ୍ୟବୋଧ ଆଗରେ ମଥା ନୁଆଁଇଛି ସାରା ମାଲକାନଗିରି ଜିଲ୍ଲା । ଲକ ଡାଉନ ସମୟରେ ଦୁଇ ଦୁଇ ଥର ଗରିବ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଲେ ମହିଳା ସବ୍ଇନିସପେକ୍ଟର।

ଏଥିପାଇଁ କିଏ ତାଙ୍କୁ ବାଧ୍ୟ କରିନି ବାଧ୍ୟ କରିଛି ତାଙ୍କୁ ତାଙ୍କର ମାନବିକତା । ବରଂ ନିଜ ହୃଦୟର ଅନ୍ତଃସ୍ୱରକୁ ନିଜେ ଶୁଣିପାରିଛନ୍ତି ସେ ।

ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ-ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଦିନ ରାତି ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ମହିଳା ପୁଲିସ ନିଜ କାର୍ଯ୍ୟ ସୁଚାରୁଭାବେ ତୁଲାଇ ଜଣେ ଗରିବ ଆଦିବାସୀ ବୃଦ୍ଧାଙ୍କୁ ମା ଭାବି ସ୍ନେହ ଦେଇ ନିଜ ଝିଅ ଭଳି ହାତରେ ଖୁଆଦେବା ଘଟଣାକୁ ସମଗ୍ର ଜିଲ୍ଲାବାସୀ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.