ପୁରୀ: ମରଣାନ୍ତକ କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଛି । ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଦୈନିକ ଶହ ଶହ ବ୍ୟକ୍ତି ପ୍ରାଣ ହରାଇବାରେ ଲାଗିଛନ୍ତି । ସମସ୍ତ ଘାତ ପ୍ରତିଘାତ ତଥା ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ’କରି ଏହି କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିଛନ୍ତି ହଜାର ହଜାର ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ସମସ୍ତ ସ୍ୱାସ୍ଥ୍ୟସେବାରେ ଜଡ଼ିତ ଡାକ୍ତର ଓ ନର୍ସ । ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନା ଲଢେଇରେ ସାମିଲ ରହିଥିବା ଅସଂଖ୍ୟ ଡାକ୍ତର, ନର୍ସ ତଥା ପୋଲିସ କର୍ମଚାରୀଙ୍କୁ ସୁନ୍ଦର ବାଲୁକା କଳାରେ ପ୍ରଶଂସା କରିଛନ୍ତି ।
ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ଶିଳ୍ପୀ ସୁଦର୍ଶନ ଏବେ ଲକ୍ଡାଉନରେ ସମସ୍ତ ଜନସାଧାରଣ ଘରେ ରହିବାକୁ ଅନୁରୋଧ କରିଛନ୍ତି । ପୁରୀ ବେଳାଭୂମିରେ ସେ ନିର୍ମାଣ କରିଥିବା ଲକ୍ଡାଉନ ସମ୍ପର୍କିତ ବାଲୁକା କଳାରେ ଜନସାଧାରଣଙ୍କୁ ନିଜର ଜୀବନ ଓ ସମସ୍ତଙ୍କର ଜୀବନ ବଞ୍ଚାଇବାକୁ କିପରି ଘରେ ରହିବା ଜରୁରୀ ତାହାକୁ ଦର୍ଶାଇଛନ୍ତି ।
My SandArt with message “We Stand for You #StayHomeStaySafe . Together we can fight against #COVID19 #Lockdown21 #IndiaFightsCarona pic.twitter.com/brECyHB4Yg
— Sudarsan Pattnaik (@sudarsansand) April 4, 2020
ଏବେ ଲକ୍ଡାଉନ ଯୋଗୁଁ ପୁରୀ ବେଳାଭୂମୀ ଖାଁ ଖାଁ । କୌଣସି ଦର୍ଶକ ସୁଦର୍ଶନଙ୍କ ଏହି ବାଲୁକା କଳାକୁ ନିଜ ଆଖିରେ ଦେଖିପାରୁନଥିଲେ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏହି ସୁନ୍ଦର କଳାକୁ ବିଶ୍ୱବାସୀ ଉପଭୋଗ କରୁଛନ୍ତି ।
Our gratitude to the Doctors, Nurses & Paramedical staffs who are serving us selflessly.
Let’s give them utmost love, respect and support to fight against #COVID19Pandemic . #StayHomeStaySafe #SocialDistanacing . My SandArt at puri beach in India. pic.twitter.com/dlwPEjuJE4— Sudarsan Pattnaik (@sudarsansand) April 4, 2020
ଲକ୍ଡ଼ାଉନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିଚାଲିଛନ୍ତି ସୁଦର୍ଶନ । ସୁଦର୍ଶନଙ୍କ କରୋନା ବିରୋଧରେ ଏହି ଲଢେଇକୁ ସୋସିଆଲ୍ ମିଡ଼ିଆରେ ଅନେକ ୟୁଜର୍ସ ପ୍ରଶଂସା କରିବାକୁ ପଛାଇନାହାନ୍ତି ।
Comments are closed.