ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି । ଯଦି ଏହା ନ ହୁଏ ତାହାହେଲେ ଭାରତ ହାତରୁ ଆୟୋଜକ ଅଧିକାର ଛଡାଇ ନିଆଯିବ ବୋଲି ଏଫଆଇଏଚ ଚେତାବନୀ ଦେଇଛି । ଏ ନେଇ ହକି ଇଣ୍ଡିଆର ସିଓଏକୁ ପତ୍ର ପଠାଯିବ ବୋଲି କୁହାଯାଇଛି । ଆସନ୍ତା ନଭେମ୍ବର ୪ ଓ ୫ରେ ଏଫଆଇଏଚର କାର୍ଯ୍ୟକାରୀ ବୈଠକ ବସିବ । ଏହା ମଧ୍ୟରେ ହକି ଇଣ୍ଡିଆକୁ ନିର୍ବାଚନ କରିବାକୁ ପଡିବ । ହକି ଇଣ୍ଡିଆ ଜାତୀୟ କ୍ରୀଡା ନୀତିକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିବା ପରେ ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ୩ ଜଣିଆ କମିଟି ଗଠନ କରିଛି । ନରିନ୍ଦର ବାତ୍ରାଙ୍କ ଆଜୀବନ ସଦସ୍ୟ, ଏଲିନା ନର୍ମାନଙ୍କୁ ସିଇଓ କରାଯିବା ସମ୍ପୂର୍ଣ୍ଣ ବେଆଇନ ବୋଲି ହାଇକୋର୍ଟ କହିଥିଲେ । ଏହା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.