Latest Odisha News

ଏଫଆଇଏଚ ମହିଳା ନେଶନ୍ସ କପ: ଭାରତୀୟ ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ନୂଆଦିଲ୍ଲୀ: ସ୍ପେନର ଭାଲେନ୍ସିଆରେ ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଏଫଆଇଏଚ ମହିଳା ନେଶନ୍ସର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଗୋଲକିପର ସବିତା ପୁନିଆ ଅଧିନାୟିକା ଏବଂ ଓଡିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ରାଜ୍ୟଗୋଷ୍ଠୀ କ୍ରୀଡା ବ୍ରୋଞ୍ଜ ପଦକ ବିଜେତା ଭାରତ ପୁଲ ବି’ରେ ସ୍ଥାନ ପାଇଛି । ଏଥିରେ କାନାଡା ଜାପାନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ ଏ’ରେ ଆୟର୍ଲାଣ୍ଡ, ଇଟାଲୀ, କୋରିଆ ଓ ସ୍ପେନ ରହିଛନ୍ତି । ଏହି ପ୍ରତିଯୋଗିତା ମାଧ୍ୟମରେ ୨୦୨୩-୨୪ ସିଜନ ପାଇଁ ଏଫଆଇଏଚ ମହିଳା ହକି ପ୍ରୋ ଲିଗ ପାଇଁ ଟିମ ଯୋଗ୍ୟତା ହାସଲ କରିବେ । ଶୃଙ୍ଖଳିତ ଦଳ ଚୟନ ନେଇ ଭାରତର କୋଚ ଜାନେକା ସ୍କଫମ୍ୟାନ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭାରତୀୟ ଦଳ : ସବିତା ପୁନିଆ (ଅଧିନାୟକ), ବିଛୁ ଦେବୀ ଖାରିବାମ, ଦୀପ ଗ୍ରେସ ଏକ୍କା (ଉପ ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ, ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୁଖରବାମ, ମୋନିକା, ନେହା, ସୋନିକା, ଜ୍ୟୋତି, ନଭଜୋତ କୌର, ବନ୍ଦନା କାଟାରିୟା, ଲାଲରେମସିଆମି, ନବନୀତ କୌର, ସଙ୍ଗୀତା କୁମାରୀ ଓ ବ୍ୟୁଟି ଡୁଙ୍ଗଡୁଙ୍ଗ ।

Comments are closed.