Latest Odisha News

BREAKING NEWS

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି ।

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ କେ.କ୍ରୀଷ୍ଣା କୁମାରୀଙ୍କୁ ଅନବରତ ସ୍ବାସ୍ଥ୍ୟ ସେବା ଯୋଗାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଶ୍ରେଷ୍ଠ ସେବିକା ଭାବେ ମର୍ଯ୍ୟାଦାଜନକ ସମ୍ମାନ ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ନାଇଟିଙ୍ଗଲ ତଥା ‘ଆକା’ ଭାବେ ସଭିଁଙ୍କ ଗହଣରେ ସୁପରିଚିତ କ୍ରିଷ୍ଣାଙ୍କ ଜୀବନୀ ଉପରେ ନିର୍ମାଣ ଏହି ଚଳଚ୍ଚିତ୍ରର ନାମ “ତେଜସ୍ବିନୀ ଦି ରାଡିଆଣ୍ଟ ” ରଖାଯାଇଛି। ନିକଟରେ ଦମନ ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ ହେବା ପରେ ତେଜସ୍ବିନୀକୁ ମଧ୍ୟ ଭଲ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

ଜଣେ ମହିଳା ସ୍ଵାସ୍ଥ୍ୟ କର୍ମୀ ତାଙ୍କ ଜୀବନରେ କିଭଳି ଭଲ କାମ କରିଛନ୍ତି ଯାହା ସମାଜର ମଙ୍ଗଳ ହୋଇପାରିଛି ସେହି ଆଧାରରେ ଏହି ସିନେମାଟି ନିର୍ମାଣ କରାଯାଇଛି  । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଏଏନଏମ ଭାବେ କାର୍ଯ୍ୟ କରିବା ସହ ଜଣେ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି କେ.କ୍ରିଷ୍ଣା କୁମାରୀ ତାହା ଏହି ସିନେମାରେ  ପ୍ରଦର୍ଶିତ ହୋଇଛି । ଓଡିଆ ସିନେ ଜଗତର ବଛା ବଛା କଳାକାର ଏଥିରେ ଅଭିନୟ ମଧ୍ୟ କରିଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ କୁକୁଡାଖଣ୍ଡି ସମେତ ଖୋର୍ଦ୍ଧାର ଆରିକମ ପଞ୍ଚାୟତରେ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ସିନେମାଟି ୪୨ଟି ଦେଶର ବିଭିନ୍ନ ଭାଗରେ ପ୍ରଦର୍ଶନ ହୋଇ ଅନେକ ସମ୍ମାନ ପାଇସାରିଛି । ତେଣୁ ଖୁବଶୀଘ୍ର ରୁପେଲି ପରଦାରେ ମୁକ୍ତିଲାଭ କରିବ ସିନେମା “ତେଜସ୍ବିନୀ ଦି ରାଡିଆଣ୍ଟ ” । ନିଜ କାର୍ଯ୍ୟଦକ୍ଷତା ପାଇଁ ସେ ରାଷ୍ଟ୍ରପତିଙ୍କ ଠାରୁ ମର୍ଯ୍ୟାଦାଜନକ ସମ୍ମାନ ମଧ୍ୟ ପାଇସାରିଛନ୍ତି । କୁନାଲ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ପରେ ଯେଉଁ ଅର୍ଥ ଆଦାୟ ହେବ ତାହାକୁ ସମସ୍ତ ଦୃଷ୍ଟିହୀନ ବିଦ୍ୟାଳୟକୁ ପ୍ରଦାନ କରାଯିବ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁଶ୍ରୀ ରଥ । ଏଥିସହିତ ଅଭିନେତା କୁନା ତ୍ରିପାଠୀ, ପଲ୍ଲବୀ, ଜୟଲକ୍ଷ୍ମୀଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ମିଳିବ। ମଦର ଟେରେସାଙ୍କୁ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା କ୍ରିଷ୍ଣା ଏଥିପାଇଁ ବହୁତ ଖୁସି ଅଛନ୍ତି । ଜୀବନରେ ଅନେକ ସଂଘର୍ଷ କରି ସଫଳତା ପାଇଛି, ଶେଷ ନିଃଶ୍ବାସ ପର୍ୟ୍ୟନ୍ତ ଲୋକଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି କ୍ରିଷ୍ଣା ।

ତେବେ ୧୯୮୨ ମସିହାରେ ଅଙ୍ଗନବାଡି କର୍ମୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ କ୍ରିଷ୍ଣା । ପରେ ୧୯୮୯ରେ ଏଏନଏମ ଟ୍ରେନିଂ ହାସଲ କରି ଚାକିରି କରିଥିଲେ ସେ । ମାତ୍ର ୧୯୯୬ ମସିହାରେ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହେବାରୁ ତାଙ୍କୁ ଚାକିରି ଛାଡ଼ିବାକୁ ପଡିଥିଲା । ସମିତିସଭ୍ୟ ଭାବେ ବିଜୟୀ ହୋଇ ଦୀର୍ଘ ସାଢେ ୩ ବର୍ଷ ରହିଲା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ପୁଣି ଚାକିରି ମିଳିଥିଲା କ୍ରିଷ୍ଣା। ସେଠାରୁ ଇସ୍ତଫା ଦେଇ କନିଷି ସ୍ଵାସ୍ଥ୍ୟକେନ୍ଦ୍ରରେ ନିଷ୍ଠାର ସହ କାମ କଲା ପରେ କୁକୁଡ଼ାଖଣ୍ଡିକୁ ବଦଳି ହୋଇଥିଲା । ତେବେ ବର୍ତ୍ତମାନ କ୍ରିଷ୍ଣା କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.