Latest Odisha News

BREAKING NEWS

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ: ଇନଷ୍ଟାରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି  ।  ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ଯାଇଛନ୍ତି। ତାଙ୍କର କିଛି ଫଟୋ ସେ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ବାଇକ୍ ଚଳାଉଥିବାର ନଜର ଆସିଛନ୍ତି  । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ରାହୁଲ କହିଛନ୍ତି ପାଙ୍ଗୋଙ୍ଗ ହ୍ରଦକୁ ତାଙ୍କ ବାପା ରାଜୀବ ଗାନ୍ଧୀ ବହୁତ ପସନ୍ଦ କରନ୍ତି  । ଏହାକୁ ସେ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ବୋଲି କହୁଥିଲେ । ଅଗଷ୍ଟ ୨୦ ତାରିଖ ହେଉଛି ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଏହି ସମୟରେ ରାହୁଲ ତାଙ୍କ ବାପାଙ୍କ ଜନ୍ମ ବାର୍ଷିକୀ ପାଳନ କରିବେ ।

ରାହୁଲ ଗୁରୁବାର ଲେହରେ ପହଞ୍ଚିଥିଲେ । ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ରାହୁଲ ସୀମା ଅଞ୍ଚଳ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ କାର୍ଗିଲ ମେମୋରିଆଲ ପରିଦର୍ଶନ କରିବା ସହ ସେଠାକାର ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ  । ଲେହରେ ଫୁଟବଲ ମ୍ୟାଚ ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ପରେ ଅଗଷ୍ଟ ୨୫ ତାରିଖରେ ରାହୁଲ ଲଦାକ ଅଟୋନମସ୍ ହିଲ୍ ଡେଭଲପମେଣ୍ଟ  କାଉନସିଲିଂ  କାରଗିଲ୍ ନିର୍ବାଚନରେ ଅଂଶଗ୍ରହଣ କରିବେ  । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ପରେ ଏହା ରାହୁଲଙ୍କର ପ୍ରଥମ ଲଦାଖ ଗସ୍ତ  । ସେ ଭାରତ ଯୋଡ ଯାତ୍ରା ସମୟରେ ଜାମ୍ମୁ ଏବଂ ଶ୍ରୀନଗର ଗସ୍ତ କରିଥିଲେ ।

Leave A Reply

Your email address will not be published.