Latest Odisha News

‘ଆର୍ଟିକିଲ୍ 370’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଫିଲ୍ମ ‘ଆର୍ଟିକିଲ୍ 370’ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିତ୍ୟ ଧର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଆଉ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଏବେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ପୂର୍ବରୁ ସେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରି ଆଜିକୁ ୩୬ ବର୍ଷ ହେବ ଲୋକଙ୍କ ହୃଦୟରେ ରହି ଆସିଛନ୍ତି ।

ଅଭିନେତା ଅରୁଣ ଗୋଭିଲଙ୍କୁ ଫିଲ୍ମ ‘ଆର୍ଟିକିଲ୍ 370’ରେ ଦେଖିବାକୁ ମିଳିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ଅରୁଣ ଗୋଭିଲ ତାଙ୍କ ଚରିତ୍ରର ଏକ ଫୋଟ ଶେୟାର କରି ଲେଖିଛନ୍ତି, ‘‘ କାଶ୍ମୀର ଦେଶର ଏକ ଅଂଶ ହୋଇ ରହିଛି , ଆଉ ରହିବ ।’’  ସେ ଆହୁରି ଲେଖିଛନ୍ତି ଯେ, ଏହି ଫିଲ୍ମରେ  ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛି । ଏହି ଫିଲ୍ମ ୨୩ ଫେବୃଆରୀରେ ରିଲିଜ୍ ହେବ ।’’

 

View this post on Instagram

 

A post shared by Arun Govil (@siyaramkijai)

 

ଏହି ଫିଲ୍ମରେ ୟାମୀ ଗୌତମ, ପ୍ରିୟାମଣି, ଅରୁଣ ଗୋଭିଲ, ବୈଭବ ତାଡ଼ୱାଡ଼ି, ସଙ୍କଦ ଠାକୁର, ରାଜ ଅର୍ଜୁନ, ଅଶ୍ୱୀନ କୁମାର ଓ ଇରାବତୀ ହର୍ଷଙ୍କୁ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ରମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଧାରାବାହିକରେ ରାମ ଚରିତ୍ରରେ ଅଭିନୟ କରି ଆଜି ବି ଅରୁଣ ଗୋଭିଲ ଦର୍ଶକଙ୍କ ହୃଦୟରେ ପୂଜା ପାଉଛନ୍ତି । ନିକଟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଏଥିସହ  ରାମାୟଣ ଧାରାବାହିକରେ ଅଭିନୟ କରିଥିବା ସୀତା ଓ ଲକ୍ଷ୍ମଣ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ।

Comments are closed.