Latest Odisha News

BREAKING NEWS

ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ହେଉଛି ସମୟର ଆବଶ୍ୟକତା: ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ଆର୍ଯ୍ୟ ସମାଜ ପ୍ରତିଷ୍ଠାତା ସ୍ବାମୀ ଦିନାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ଗୁଜୁରାଟ ମୋର୍ବି ଜିଲ୍ଲାର ଟଙ୍କାରରେ ଆୟୋଜିତ ହୋଇଛି । ଏହି ଅବସରରେ ଏକ ଡିଜିଟାଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ହେଉଛି ସମୟର ଆବଶ୍ୟକତା । ସ୍ବାମୀ ଦିନାନନ୍ଦ ସରସ୍ୱତୀ ସେହି ସମୟରେ ଆମକୁ ଦେଖାଇଥିଲେ ଯେ, ଆମର ଋଢିବାଦୀ ଚିନ୍ତା ଏବଂ ସାମାଜିକ ମନ୍ଦ ବିଚାର ଆମକୁ କିପରି କ୍ଷତି ପହଁଚାଇଛି ।

ସେ କହିଛନ୍ତି ଯେ, ହିନ୍ଦୁ ସମାଜର ରକ୍ଷଣଶୀଳତା ତଥା ସାମାଜିକ ମନ୍ଦତା କାରଣରୁ ବ୍ରିଟିଶ ଶାସକମାନେ ଆମ ସମାଜର ଖରାପ ଭାବମୂର୍ତ୍ତି ଦେଖାଇବାକୁ ଚେଷ୍ଟା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାମୀ ଦିନାନନ୍ଦ ସରସ୍ୱତୀ ସମାଜରେ ମହିଳାମାନଙ୍କ ପାଇଁ ସମାନ ଅଧିକାରର ପ୍ରଚାର କରିଥିଲେ ।

ମୋଦି ଆହୁରି କହିଛନ୍ତି, “ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ବ୍ୟବସ୍ଥା ହେଉଛି ସମୟର ଆବଶ୍ୟକତା । ଆର୍ଯ୍ୟ ସମାଜ ବିଦ୍ୟାଳୟଗୁଡ଼ିକ ଏହାର କେନ୍ଦ୍ର ପାଲଟିଛି । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶ ବର୍ତ୍ତମାନ ଏହାକୁ ବିସ୍ତାର କରୁଛି । ଏହି ପ୍ରୟାସ ସହିତ ସମାଜକୁ ଯୋଡିବା ଆମର ଦାୟିତ୍ବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁ ଦେଶରେ ସ୍ୱାମୀ ଦିନାନନ୍ଦ ସରସ୍ୱତୀ ଜନ୍ମ ହୋଇଥିଲେ ସେହି ରାଜ୍ୟରେ ମୁଁ ଜନ୍ମ ହୋଇଥିବାରୁ ଏହା ମୋ ପାଇଁ ଗର୍ବର ବିଷୟ ।

Leave A Reply

Your email address will not be published.