Latest Odisha News

BREAKING NEWS

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ବଢିଲା ବୋନସ୍

ସମ୍ବଲପୁର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର । ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର ରେଢାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି । ଏହି ମହାସମାବେଶରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସୂଚନା ଅନୁସାରେ,  ଆଜି ସମ୍ବଲପୁର ଗସ୍ତରେ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଏସି ଅବସରରେ ସମ୍ବଲପୁର ଚାରମାଲଠାରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଯୋଗ ଦେଇଥିଲେ ଶ୍ରୀ ପାଣ୍ଡିଆନ୍ । ସେହି ସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ଏହି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ନେଇ କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ୯୮ କୋଟି ଖର୍ଚ୍ଚ କରିବେ।

ସେହିପରି ସେହିପରି କେନ୍ଦୁପତ୍ର ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ପ୍ରୋତ୍ସାହନ ରାଶିକୁ ମଧ୍ୟ ଦୁଇଗୁଣା ବୃଦ୍ଧି କରାଯାଇଛି। ପ୍ରୋତ୍ସାହନ ରାଶି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର। ଏଥିପାଇଁ ୧୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଅପରପକ୍ଷେ, ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ୍‌ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା(ଡିଏ) ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳି ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ହୋଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରାଯାଇଛି।

 

 

Leave A Reply

Your email address will not be published.