Latest Odisha News

BREAKING NEWS

ଦୁଷ୍କର୍ମକୁ ନେଇ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ମନ୍ତବ୍ୟ; କହିଲେ, ହତ୍ୟା ରୋକିବା ଲାଗି ବଳାତ୍କାରରେ ସହଯୋଗ କରିବା ଆବଶ୍ୟକ !

ମୁମ୍ବାଇ: ହାଇଦ୍ରାବାଦରେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସରାଦେଶକୁ ମର୍ମାହତ କରିଛି । ଏହାକୁ ନିନ୍ଦା କରିବା ସହ ପିଡ଼ିତାଙ୍କୁ ନ୍ୟାୟ ଦାବି କରି ସମଗ୍ର ଦେଶ ଏକତ୍ରିତ ହୋଇଛି ।

ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ଏହାପାଇଁ କଡା କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବା ବେଳେ ଜଣେ ଚଳଚ୍ଚିତ୍ର ନିର୍ମାତାଙ୍କ ଫେସବୁକ ପୋଷ୍ଟ ବିବାଦର ବହ୍ନି ଜଳାଇଛି ।

ଡାନିଏଲ ଶ୍ରବଣ ନାମକ ଏହି ଚଳଚ୍ଚିତ୍ର ନିର୍ମାତା ବଳାତ୍କାରକୁ ଆଇନସମ୍ମତ କରାଇବା ପାଇଁ ନିଜ ପୋଷ୍ଟରେ ଲେଖିଛନ୍ତି ।

ତେବେ ଦୁଷ୍କର୍ମ ହେଉଥିବା ସମୟରେ ପିଡିତାମାନେ ସହଯୋଗ କଲେ ସେମାନଙ୍କର ଜୀବନ ବଞ୍ଚିଯିବ ବୋଲି ଲେଖିଛନ୍ତି ଡାନିଏଲ ।

ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, “ଦୁଷ୍କର୍ମ ଭଳି ପରିସ୍ଥିତିରେ ପୋଲିସକୁ ଫୋନ କରିବା ପରିବର୍ତ୍ତେ ନିଜ ସହ କଣ୍ଡୋମ ନେଇ ଘରୁ ବାହାରିବା ଦରକାର। ଏହା ସହ ନିଜର ଜୀବନ ବଞ୍ଚାଇବା ପାଇଁ ଦୁଷ୍କର୍ମକାରୀର ଯୌନ ଇଚ୍ଛାକୁ ପୂରଣ କରିବା ଦରକାର। ଦୁଷ୍କର୍ମକୁ ଆଇନଗତ କରାଗଲେ ହିଁ ଦୁଷ୍କର୍ମ ପରେ ହେଉଥିବା ହତ୍ୟାକୁ ରୋକାଯାଇ ପାରିବ”।

“ଜଣେ ଯୁବକର ଯୌନ ଇଚ୍ଛା ପୂରଣ ହେବା ପରେ ସେ କେବେ ହେଲେ ମହିଳାଙ୍କୁ ହତ୍ୟା କରିବ ନାହିଁ, ଏହା ଅତ୍ୟନ୍ତ ସାଧାରଣ କଥା। ସରକାରଙ୍କୁ ଏ ବିଷୟରେ ଚିନ୍ତା କରିବା ଦରକାର ବୋଲି” ସେ ଲେଖିଛନ୍ତି।

ଡାନିଏଲଙ୍କ ଏହି ପୋଷ୍ଟଟିକୁ କଡା ନିନ୍ଦା କରାଯାଇଥିବା ବେଳେ ସେ ଏହି ପୋଷ୍ଟଟିକୁ ହଟାଇ ପୁଣି ଥରେ ନୂଆ ପୋଷ୍ଟ କରିଥିଲେ।

Leave A Reply

Your email address will not be published.