Latest Odisha News

BREAKING NEWS

ବ୍ରିଟେନର ପ୍ରସିଦ୍ଧ କୁକୁର ମ୍ୟାରୀ ଜେନ୍; ୨୧ଟି ଛୁଆ ଦେଇ କଲା ବିଶ୍ୱରେକର୍ଡ଼ !

ନ୍ୟୁୟର୍କ: ଆମେରିକାର ବୁଲଡଗ୍ ମ୍ୟାରୀ ଜେନ୍ ଏକାବେଳେ ୨୧ ଛୁଆ ପ୍ରାକୃତିକ ଢ଼ଙ୍ଗରେ ଜନ୍ମ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ । ଆଜି ପର୍ଯ୍ୟନ୍ତ ଏତେ ମାତ୍ରାରେ ଛୁଆ ଏକାଥରକେ କୌଣସି କୁକୁର ଜନ୍ମ କରି ନ’ଥିଲା ।

ଗୋଟିଏ ଛୁଆ ଜନ୍ମ ହେବାର ଅଳ୍ପ ସମୟ ପରେ ମରି ଯାଇଥିବା ବେଳେ ଅନ୍ୟ ସମସ୍ତ ଛୁଆ ସୁସ୍ଥ ରହିଛନ୍ତି । ଜେନ୍ ଓ ଗ୍ରେଟ ଡେନ୍ଙ୍କ ମିଳନରେ ଏହା ସମ୍ଭବ ହୋଇଛି । ୨୦୦୪ରେ କ୍ୟାମ୍ବ୍ରିଜଶେୟାରର ଟିଆ ୨୪ ଛୁଆ ଜନ୍ମ କରି ଦି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ତେବେ ଏହି ଛୁଆଗୁଡିକୁ ସିଜାରିଅନ୍ କଢ଼ା ଯାଇଥିଲା । ଏହା ମଧ୍ୟରୁ ୧୪ଟି ଛୁଆ ବଂଚି ପାରିଥିଲେ । ଜେନ୍ ଏତେ ମାତ୍ରାରେ ଛୁଆ ଜନ୍ମ କରିବା ନେଇ ଆଶାୟୀ ନ ଥିଲି ବୋଲି ମାଲିକ ଜାନେ୍ ହିନ କହିଛନ୍ତି । ପ୍ରତି ୨ ଘଂଟାରେ ଜେନକୁ ଖାଇବାକୁ ଦିଆଯାଇଛି ।

ଏତେ ମାତ୍ରାର ଛୁଆଙ୍କୁ ସନ୍ତ୍ୟପାନ କରାଇବା ପାଇଁ ଆବଶ୍ୟକ ମାତ୍ରାର ନ୍ୟୁଟ୍ରିସିଓନ ଦରକାର ବୋଲି ହିନ୍ କହିଛନ୍ତି । ଜାନେ ପୁନର୍ବାର ଯେପରି ଗର୍ଭବତୀ ନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବୁ । ବାରମ୍ବାର ଗର୍ଭବତୀ ହେଲେ ଏହାର ଜୀବନ ପ୍ରତି ବିପଦ ରହିବ ବୋଲି ଚିକିତ୍ସା କରୁଥିବା ପଶୁ ଡାକ୍ତର କହିଛନ୍ତି । ଛୁଆମାନଙ୍କ ଉପରେ ନଜର ରଖିବା ପାଇଁ ହିନ୍ ରୋଷେଇ ଘର ସେମାନଙ୍କ ସହ ଶୋଉଛନ୍ତି । ହିନ୍ କୁକୁରଛୁଆଙ୍କ ଫଟୋ ସୋସିଆଲ ସାଇଟରେ ଶେୟାର କରିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଛୁଆମାନଙ୍କୁ ନେବା ପାଇଁ ବିଭିନ୍ନ ସ୍ଥାନରୁ କୁକୁରପ୍ରେମୀମାନେ ହିନ୍ଙ୍କ ସହିତ ଯୋଗାଯୋଗ କରୁଛନ୍ତି ।

ଯିଏ ଯେତେ ଅର୍ଥ ଯାଚିଲେ ମଧ୍ୟ ଏବେ କୌଣସି ଛୁଆକୁ ଦେବି ନାହିଁ ବୋଲି ଭାବପ୍ରବଣ ହୋଇ ଏହାର ମାଲିକାଣୀ କହିଛନ୍ତି ।

Leave A Reply

Your email address will not be published.