ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପନ ରାଓ୍ୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପୂର୍ବର ଏକ ଭିଡିଓ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଭିଡିଓ । ଯେଉଁଥିରେ ହେଲିକପ୍ଟର ଉଡ଼ାଣ ଭରିଥିବା ନଜର ଆସିଛି ।
କୁହାଯାଉଛି ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଭିଡିଓ ସିଡିଏସ୍ ବିପିନ ରାଓ୍ୱତଙ୍କ ଦୁର୍ଘଟଣାଗ୍ରସ୍ତ MI-17 ହେଲିକପ୍ଟର । ଭିଡିଓରେ ହେଲିକପ୍ଟର ଘନ କୁହୁଡ଼ି ଭିତରେ ପଶିଥିବା ଦେଖିବାକୁ ମିଳିଛି । ଭିଡିଓକୁ ଜଣେ ପର୍ଯ୍ୟଟକ ସୁଟ୍ କରିଥିଲେ । ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓ ବୋଲି କୁହାଯାଉଛି । ଭିଡିଓରେ କିଛି ସ୍ଥାନୀୟ ଲୋକ ଥିବା ଦେଖିବାକୁ ବି ମିଳିଛି ।
#WATCH | Final moments of Mi-17 chopper carrying CDS Bipin Rawat and 13 others before it crashed near Coonoor, Tamil Nadu yesterday
(Video Source: Locals present near accident spot) pic.twitter.com/jzdf0lGU5L
— ANI (@ANI) December 9, 2021
ତେବେ ଭିଡିଓ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କି ନୁହେଁ ତାହା ଅସ୍ପଷ୍ଟ ରହିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୌଣସି ସୂଚନା ବି ଦିଆଯାଇନି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସେପଟେ ଆଜି ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ହେଲିକପ୍ଟରର ବ୍ଲାକ୍ ବକ୍ସ । ଯେଉଁଥିରୁ ଜଣା ପଡ଼ିବ କେଉଁ କାରଣରୁ ବାୟୁସେନା ହେଲିକପ୍ଟର ଦୁର୍ଘଟଣାର ଶିକାର ହେଲା । ବ୍ଲକ୍ ବକ୍ସ ଏକ ଡାଟା ରେକର୍ଡର । ଯେଉଁଥିରେ ପାଇଲଟ୍, କୋ-ପାଇଲଟ୍ ଓ ଏଟିଏସି ଭିତରେ କଥାବାର୍ତ୍ତାକୁ ରେକର୍ଡ କରି ରଖିଥାଏ ।
Critical equipment of IAF Mi-17 that crashed near Coonoor near Tamil Nadu recovered by Air Force officials from the spot pic.twitter.com/4AD3NEHBdZ
— ANI (@ANI) December 9, 2021
Comments are closed.