Latest Odisha News

BREAKING NEWS

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ସଙ୍ଗରୋଧରେ ୧୧୫ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୦ ଜଣ କୋଭିଡ଼ ସଂକ୍ରମିତ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୪ଜଣ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି ।

୨୪ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୨ଜଣ, ବରଗଡ଼ରୁ ୨ଜଣ, ବଲାଙ୍ଗୀରରୁ ଜଣେ, କଟକରୁ ୧୧ଜଣ, ଢ଼େଙ୍କାନାଳରୁ ୫ଜଣ, ଗଜପତିରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଖୋର୍ଦ୍ଧାରୁ ୯୯ଜଣ, ମୟୁରଭଞ୍ଜରୁ ୧୩ଜଣ, ନୟାଗଡ଼ରୁ ୨ଜଣ, ପୁରୀରୁ ୪ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୮ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୧ଜଣ, ଷ୍ଟେଟ ପୁଲରୁ ୨୩ଜଣ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୫୦ହଜାର ୯୫୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୧୦ଲକ୍ଷ ୪୦ହଜାର ୪୦୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨ହଜାର ୦୭୧ଜଣ ସକ୍ରିୟ ସଂକ୍ରମଣ ରହିଛନ୍ତି ।

Leave A Reply

Your email address will not be published.