Latest Odisha News

BREAKING NEWS

ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ, କିଏ କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ପୌର ନିର୍ବାଚନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି । ଏନେଇ ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ବାହାରିଛି ବିଧିବଦ୍ଧ ବିଜ୍ଞପ୍ତି । ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଅନୁସାରେ ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।

ସେହିପରି କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ ମହାନଗରମ ନିଗମ ମେୟର ପଦବୀ ସଂରକ୍ଷଣ ନେଇ ପୂର୍ବରୁ ଡ୍ରାଫ୍ଟ ତାଲିକା ଜାରି କରିଥିଲା ନଗର ଉନ୍ନୟନ ବିଭାଗ । ଏହି ବିଜ୍ଞପ୍ତି ସହ ଜୋର ଧରିଛି ସହରାଞ୍ଚଳ ନିର୍ବାଚନ ।

Comments are closed, but trackbacks and pingbacks are open.