Latest Odisha News

BREAKING NEWS

ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଶେଷ ପର୍ଯ୍ୟାୟ ବାଘ ଗଣନା , ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ବାରିପଦା: ଆସନ୍ତା କାଲିଠୁ ରାଜ୍ୟରେ ଶେଷ ପର୍ଯ୍ୟାୟ ବାଘ ଗଣନା କରାଯିବ । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାଘ ଗଣନା କରାଯିବ । ଗଣନା କରାଯିବା ପରେ ଜାନୁଆରୀ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର ସରକାର କହୁଥିବା ବେଳେ ରାଜ୍ୟରେ ମୋଟ ୨୫ଟି ବାଘ ଥିବା ରାଜ୍ୟ ସରକାର ଦାବି କରୁଛନ୍ତି । ଏହାରି ଭିତରେ ଶିମିଳିପାଳରେ ଗତ ଅକ୍ଟୋବର ମାସ ୧୮ ତାରିଖରୁ ବାଘ ଗଣନା ଆରମ୍ଭ ହୋଇଛି । ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦାରେ ମଧ୍ୟ ବାଘ ଗଣନା କରାଯାଇଛି । ତିନିଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯାଉଥିବା ବେଳେ ଆସନ୍ତାକାଲିଠୁ ଶେଷ ପର୍ଯ୍ୟାୟ ଗଣନା କରାଯିବ । ତେବେ ଗତ ଅକ୍ଟୋବର ୧୮ରୁ ୨୦ ତାରିଖ ଯାଏଁ ସାଇନସର୍ଭେ ଓ ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜିଟ କରାଯାଇଛି । ଏହାପରେ ଆସନ୍ତାକାଲିଠୁ ନଭେମ୍ବର୨୫ ଯାଏଁ କ୍ୟାମେରା ଟ୍ରାପିଂ ମାଧ୍ୟମରେ ବାଘ ଗଣନା କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ ।

 

Leave A Reply

Your email address will not be published.