Latest Odisha News

ଦ୍ବାରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର : ଚମ୍ପଟ ମାରିଲା ଡ୍ରାଇଭର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଅଭାବନୀୟ ଘଟିଛି  । ଗୋରୁ ବୋଝେଇ କଣ୍ଟେନର ଓଲଟି ୩୦ ଗୋରୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଣ୍ଟେନରରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଆଜି ଏକ କଣ୍ଟେନର ପାଖାପାଖି ୪୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା ।

ଏତିକି ବେଳେ ୪୯ ନଂ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଦ୍ବାରଶୁଣି ଘାଟିରେ କଣ୍ଟେନରଟି ଓଲଟି ପଡିଥିଲା । ଦୁର୍ଘଟଣାରେ ପାଖାପାଖି ୩୦ ଗୋରୁଙ୍କର ମୃତ୍ୟୁ ଘଟିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର ଜଣକ ଚମ୍ପଟ ମାରିଛନ୍ତି ।

Leave A Reply

Your email address will not be published.