Latest Odisha News

BREAKING NEWS

ଏକତା ଦିବସ: ପାରାଦୀପରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ

ପାରାଦୀପ: ଆଜି ଜାତୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଆଜି ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ, ଏହି ଅବସରରେ ପାରାଦୀପ ବନ୍ଦର ଅଥୋରଟି ପକ୍ଷରୁ ମଧ୍ୟ ଏକ ରନ୍ ଫର ୟୁନିଟି ବା ଏକତା ପାଇଁ ସମୂହ ଦୌଡ ଆରମ୍ଭ ହୋଇଛି ।

BjdElectrycity

ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରୁ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦେଶର ଅଖଣ୍ଡତାକୁ ବଜାର ରଖିବା ପାଇଁ ଯାହା କରିବାକୁ ପଡିବ ଆମେ କରିବୁ ବୋଲି କହିଛନ୍ତି ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ । ଏହି ରନ୍ ଫର ୟୁନିଟି କାର୍ଯ୍ୟକ୍ରମରେ ବନ୍ଦର କର୍ମଚାରୀ, ସିଆଇଏସଏଫ ୟୁନିଟିର ସମସ୍ତେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.